Pratidin TV

Odisha's Digital News Platform

ବଢ଼ିଲା ଓଲିଉଡ କୁଇନ ରିୟା ଦେଙ୍କ ପାଇଁ ଅଡୁଆ , କଟକ ଟ୍ରାନ୍ସଫର ହେଲା ମାମଲା ..

1 min read

ବିବାଦରେ ଓଲିଉଡ କୁଇନ ରିୟା ଦେ । ଦିନକୁ ଦିନ ଅଡୁଆ ବଢ଼ିବାରେ ଲାଗିଛି । ଏବେ ଅଭିନେତ୍ରୀ ଏବଂ ତାଙ୍କ ସ୍ୱାମୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲା ଏବେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନାରୁ କଟକ ବିଡ଼ାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି। ଘରୋଇ ସହାୟିକାଙ୍କୁ ନିର୍ଯାତନା ଦେବା ଅଭିଯୋଗ । ଘରେ କାମ କରାଇବା ସହ ପଇସା ନ ଦେଇ ଘରୋଇ ସହାୟିକାଙ୍କୁ ରିୟା ଏବଂ ତାଙ୍କ ସ୍ୱାମୀ ସୁନୀଲ ନିର୍ଯାତନା ଦେଇଥବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ ଘରୋଇ ସହାୟିକା । ସୂଚନା ଅନୁସାରେ, ଘରୋଇ ସହାୟିକା ଜଣକ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ରିୟା ଦେ ତାଙ୍କୁ କାମରେ ଲଗାଇ ତାଙ୍କର ପାରିଶ୍ରାମିକ ନ ଦେଇ ନିର୍ଯାତନା ଦେଇଥବା ଅଭିଯୋଗ କରିଛନ୍ତି ।

ଏନେଇ ସେ ଚନ୍ଦ୍ରଶେଖରପୁର ଥାନାରେ ମଙ୍ଗଳବାର ମାମଲା ରୁଜୁ କରିଛନ୍ତି ଏବଂ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ଜଣାଇଛନ୍ତି । ଅଭିଯୋଗକାରିଣୀ ଅଭିଯୋଗରେ ଏହା ଦର୍ଶାଇଛନ୍ତି ଯେ, ରିୟା ତାଙ୍କୁ ମାନସିକ ଏବଂ ଶାରିରୀକ ନିର୍ଯାତନା ଦେଇ ପାରିଶ୍ରମିକ ଦେଇନଥିବା ଉଲ୍ଲେଖ କରିଛନ୍ତି ।ଏହି ନିର୍ଯାତନା ସହି ନପାରି ଶେଷରେ ସେ ତାଙ୍କ ଘରୁ ଖସି ପଳାଇ ଆସିଥିଲେ । ଦୁଇ ଦିନ ତଳେ ଏକ ସାମାଜିକ କର୍ମୀ ତାଙ୍କୁ ଉଦ୍ଧାର କରିଥିଲେ । ଏନେଇ ରିୟା ଦେଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଜଣାଇଥିଲେ । ହେଲେ ଘଟଣାଟି ବିଡାନାସି ଥାନା ଅଞ୍ଚଳରେ ହୋଇଥିବାରୁ ଅଭିଯୋଗକୁ ତୁରନ୍ତ ଗ୍ରହଣ କରି ବିଡାନାସି ଥାନାକୁ ମାମଲା ହସ୍ତାନ୍ତର କରାଯାଇଛି । ତେବେ ଅଭିଯୋଗ ନେଇ ରିୟା କିମ୍ବା ତାଙ୍କ ସ୍ବାମୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Advertisement

Leave a Reply

Your email address will not be published. Required fields are marked *