Pratidin TV

Odisha's Digital News Platform

୨ ହଜାର ଟଙ୍କିଆ ନୋଟ ରଖୁନାହନ୍ତି ଇଲେକ୍ଟ୍ରି କର୍ମଚାରୀ, ଥାନାରେ ଦିଆଗଲା ଏତଲା ….

1 min read

କଟକ : ଇଲେକ୍ଟ୍ରି କର୍ମଚାରୀଙ୍କ ପାଇଁ ୨ ହଜାର ଟଙ୍କିଆ ନୋଟ୍ ହେଲା ଅଲୋଡ଼ା । ଯାହାକୁ ନେଇ କଟକ ବାଦାମ ବାଡ଼ି ଥାନାରେ ଅଭିଯୋଗ କାରୀ ଦେଲେ ଏତଲା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ବଡ଼ ବାଦାମ ବାଡ଼ି ଇଲେକ୍ଟ୍ରିକାଲ ଡିଭିଜନ ଅଫିସ ରେ ।

ଆଜି କଟକ ହରିପୁର ଅଞ୍ଚଳର ରଞ୍ଜିତ ଜେନା ନିଜର ବିଦ୍ୟୁତ୍ ଲାଇନ୍ ସଂଯୋଗ କରିବା ଲାଗି ୮୫୦୦ ଟଙ୍କା ଦେଇଥିଲେ ଯେଉଁଥିରେ ଥିଲା ୪ ଖଣ୍ଡ ୨ ହଜାର ଟଙ୍କିଆ ନୋଟ୍। ହେଲେ କାଉଣ୍ଟର ରେ ଥିବା କର୍ମଚାରୀ ଏହାକୁ ନେବାକୁ ମନା କରିଦେଇଥିଲେ। କିଛି ସମୟ ଯୁକ୍ତି ଚାଲିଥିଲା ଉଭୟଙ୍କ ମଧ୍ୟରେ ଯାହାର ଭିଡିଓ ରେକର୍ଡ କରିଥିଲେ ଅଭିଯୋଗ କାରୀ।

Advertisement

ନୋଟ୍ ବିନିମୟର ଅବଧି ରହିଥିବା ବେଳେ କାହିଁକି ନେଉ ନାହାନ୍ତି ସେ ନେଇ ଯୁକ୍ତି ମଧ୍ୟ କରିଥିଲେ।ଏହାପରେ ରଞ୍ଜିତ କଟକ ବାଦାମ ବାଡ଼ି ଥାନା ରେ ଆସି ଉକ୍ତ କର୍ମଚାରୀ ଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି।

Leave a Reply

Your email address will not be published. Required fields are marked *