Pratidin TV

Odisha's Digital News Platform

ବାଲେଶ୍ଵରରେ ପୁଣି ରୋଷ୍ଟିଂ ମାମଲା ; ସାଇବର ଥାନାରେ ଅଭିଯୋଗ ଆଣିଲେ ମହିଳା ……..

1 min read

ବାଲେଶ୍ଵର : ବାଲେଶ୍ଵରରେ ପୁଣି ରୋଷ୍ଟିଂ ମାମାଲା । ଜଣେ ମହିଳାଙ୍କୁ ସୋସିଆଲ ମିଡ଼ିଆରେ ରୋଷ୍ଟିଂ କରାଯାଉଥିବା ଅଭିଯୋଗ। ଏନେଇ ମହିଳା ଜଣକ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଦିପ୍ତିରାଣି ବେହେରା(୨୫) ସୋସିଆଲ ମିଡିଆରେ ନିଜର ଛୋଟ ଛୋଟ ଭିଡିଓ କରି ଛାଡିଥାନ୍ତି।

ତାଙ୍କର ଭିଡିଓ ଇନଷ୍ଟୋଗ୍ରାମରୁ ନେଇ ମିଷ୍ଟର ଗଜପତି ନାମରେ ଜଣେ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ରୋଷ୍ଟ କରି ତାଙ୍କ ପରିବାର ଓ ସ୍ୱାମୀଙ୍କ ନାଁକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି । ୩ ବର୍ଷ ଧରି ଏଭଳି ରୋଷ୍ଟ କରୁଥିବାଵେଳେ ଗତ ୩ ମାସ ଲଗାତର ଭାବେ ରୋଷ୍ଟ କରୁଥିବା ଅଭିଯୋଗ ହୋଇଛି। ଏହା ଦ୍ବାରା ଶାରୀରିକ ଓ ମାନସିକ ଯନ୍ତ୍ରଣାର ଶିକାର ହେଉଛନ୍ତି ମହିଳା। ନିଜର ମାନ, ସମ୍ମାନ, ଇଜ୍ଜତ ହରାଉଥିବା ମହିଳା ଜଣକ ଶେଷରେ ନିରୂପାୟ ହୋଇ ଥାନାରେ ଅଭିଯୋଗ କରିଛନ୍ତି।

Advertisement

ମିଷ୍ଟର ଗଜପତିଙ୍କ ସହ ମହିଳାଙ୍କର କୌଣସି ସମ୍ପର୍କ ନଥିବାବେଳେ କାହିଁକି ଓ କେଉଁ ଉର୍ଦ୍ଦେଶ୍ୟ ରଖି ଏଭଳି ରୋଷ୍ଟ କରୁଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏନେଇ ମହିଳା ଜଣଙ୍କ ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ପୋଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Leave a Reply

Your email address will not be published. Required fields are marked *