Pratidin TV

Odisha's Digital News Platform

(ଭିଡିଓ) ସଲମାନ୍ ଖାନଙ୍କ ଫ୍ୟାନ ହଲ୍ ଭିତରେ ବାଣ ଫୁଟେଇ କଲେ ଆତସବାଜି ! ଉଠାଇନେଲା ପୋଲିସ..

ଦୀପାବଳୀରେ ସାରା ଦେଶରେ ମୁକ୍ତିଲାଭ କରି ସାରିଛି ସଲମାନଙ୍କ ଫିଲ୍ମ ଟାଇଗର୩ । ଯାହାକୁ ଦୀର୍ଘ ଦିନ ହେଲାଣି ତାଙ୍କ ଫ୍ୟାନ୍ସ ଚାହୁିଁ ବସିଥିଲେ । ତେବେ ଫିଲ୍ମକୁ ଦେଖିବା ଗତକାଲି ଥବଏଟର ଜମିଥିଲା ଫ୍ୟାନ୍ସଙ୍କ ଭିଡ । ଫିଲ୍ମର ମଜା ନେଉଥିବା ବେଳେ ହଲ ଭିତରେ ସଲମାନଙ୍କ କିଛି ଫ୍ୟାନମାନେ ସଲମାନଙ୍କ ଏଣ୍ଟ୍ରି ବେଳେ ବାଣ ଫୁଟାଇ ସେଲିବ୍ରେଟ କରିଥିଲେ । ଏହାର ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିଛନ୍ତି ସଲମାନ । ସେ କହିଛନ୍ତି ଏହା ବହୁତ ବିପଦପୂର୍ଣ୍ଣ ଅଟେ । ମୁଁ ଟାଇଗର ୩ର ଚାଲୁଥିବା ବେଳେ ଥିଏଟରରେ ବାଣ ଫୁଟାଇବା ଘଟଣା ଶୁଣିଛି, ଏହା ଅତ୍ୟନ୍ତ ବିପଦଜ୍ଜନକ , ନିଜକୁ କିମ୍ବା ଅନ୍ୟକାହାକୁ ବିପଦରେ ନ ପାକଇ ଫତଲ୍ମକୁ ଉପଭୋଗ କରନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ।

ତେବେ ଏହି ବାଣ ଫୁଟା ଘଟଣା ମହାରାଷ୍ଟ୍ରର ନାସିକ ଜିଲ୍ଲାର ମାଲେଗାଡଁର ଏକ ସିନେମା ହଲରେ ଘଟିଛି । ଟାଇଗର ୩ ଫିଲ୍ମ ଆରମ୍ଭ ହୋଇଥିବା ବେଳେ ସଲମାନଙ୍କ ଏଣ୍ଟ୍ରିରେ ପୂରା ହଲ କମ୍ପୁଥିବା ବେଳେ ତା ଭିତରେ ବାଣ ଫୁଟାଇଥିଲେ କିଛି ଦୁବୃତ୍ତର୍ତ୍ତ । ଫଳରେ ଫିଲ୍ମ ମଜିରେ ଡରି ଯାଇଥିଲେ ଅନ୍ୟ ଦର୍ଶକ । ବାଣ ଫୁଟା ଶଦ୍ଦରେ ହଲ ଭିତରୁ ବାହାରି ଦୌଡିଥିଲେ ଲୋକେ । ଏହି ଗଟଣା ନେଇ ପୋଲିସ ୨ଜଣଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *