Pratidin TV

Odisha's Digital News Platform

ବିରାଟ୍ କୋହଲିଙ୍କ ପବ୍ ନାଁରେ FIR ଦାଖଲ , ସମୟସୀମା ଉଲଘଂନ ପାଇଁ ପୋଲିସର ବଡ ଆକ୍ସନ ।

1 min read

କ୍ରିକେଟ କିଙ୍ଗଙ୍କ ବଢିଲା ଟେନସନ୍ । ଅଡୁଆରେ ଫଶିଲେ ବିରାଟ କୋହଲି । କୋହଲିଙ୍କ ମାଲିକାନାରେ ଥିବା ଓ୍ୱାନ୍ ୮ କମ୍ୟୁନ୍ ବିରୋଧରେ ଏଫଆଇଆର୍ ରୁଜୁ କରିଛି ବେଙ୍ଗାଲୁରୁ ପୋଲିସ୍ । କେବଳ ବିରାଟ କୋହଲି ନୁହନ୍ତି ବରଂ ତାଙ୍କ ସହ ଅନ୍ୟ ବଡ ବଡ ବ୍ୟବସାୟୀଙ୍କ ପବ୍ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।

ଡିସିପି ସେଣ୍ଟ୍ରାଲ ଅନୁଯାୟୀ, ପବ୍ ଗୁଡିକ ସକାଳ ୧.୩୦ ପର୍ଯ୍ୟନ୍ତ ଖୋଲା ଥିବା ଜଣାପଡିଛି। ଅନୁମତିପ୍ରାପ୍ତ ବନ୍ଦ ସମୟ ହେଉଛି ୧ ଟା । ବିଳମ୍ବିତ ରାତିରେ ଉକ୍ତ ଅଞ୍ଚଳରେ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ବଜାଯାଉଥିବା ଅଭିଯୋଗ ପାଇବା ପରେ ପୋଲିସର କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଚିନ୍ନାସ୍ୱାମୀ କ୍ରିକେଟ୍ ଷ୍ଟାଡିୟମ୍ ନିକଟରେ ଅବସ୍ଥିତ One8 କମ୍ୟୁନ୍ ପବ୍, ନିୟମ ଉଲ୍ଲଂଘନ ପାଇଁ ବୁକ୍ ହୋଇଥିବା ପବ୍ ମଧ୍ୟରେ ଅଛି ।

ଏମଜି ରୋଡ୍ ସ୍ଥିତ ଓ୍ୱାନ୍ ୮ କମ୍ୟୁନ୍ ପବ୍ ଚିନ୍ନାସ୍ୱାମୀ କ୍ରିକେ୍ଟ ଷ୍ଟାଡିୟର ଅତି ନିକଟରେ ରହିଛି । ତେବେ ଏଠାରେ ଲଗାତାର ଭାବେ ନିୟମର ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗ ଆସିଥିଲା । ଏହାପରେ ପୋଲିସ୍ ଏହା ଉପରେ ନଜର ରଖିବା ସହିତ, ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିରାଟ କୋହଲିଙ୍କ ଏହି ଓ୍ୱାନ୍ ୮ କମ୍ୟୁନ୍ ପବ୍ ଦିଲ୍ଲୀ, ମୁମ୍ବାଇ, ପୁଣେ ଏବଂ କୋଲକାତା ଭଳି ମେଟ୍ରୋ ସହରରେ ରହିଛି । ଗତବର୍ଷ ଡିସେମ୍ବର ମାସରେ ବାଙ୍ଗାଲୋରରେ ମଧ୍ୟ ଏହା ଆରମ୍ଭ ହେଇଥିଲା । ତେବେ ଗତବର୍ଷ ମଧ୍ୟ ବିବାଦକୁ ଆସିଥିଲା ଓ୍ୱାନ୍ ୮ କମ୍ୟୁନ୍ ପବ୍ । ଏହି ପବରେ ବାଜୁଥିବା ଗୀତ ଉପରେ ଅଙ୍କୁଶ ଲଗାଇଥିଲେ । ପବରେ ଏଭଳି ଗୀତ ବଜାଇବା ଉପରେ ରୋକ୍ ଲଗାଇଥିଲେ ଦିଲ୍ଲୀ ହାଇକୋର୍ଟ ।

Leave a Reply

Your email address will not be published. Required fields are marked *