Pratidin TV

Odisha's Digital News Platform

ଚିଲିକାରେ ଲାଗିଲା ନିଆଁ , ହୁତୁ ହୁତୁ ହୋଇ ଜଳୁଛି ନଳବଣ …

1 min read

ଚିଲିକା ନଳବଣରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ନଳବଣ । ଜଳଚର ଜୀବ ଓ ବିଦେଶୀ ପକ୍ଷୀ ବିପଦରେ ଅଛନ୍ତି । ଏକର ଏକର ନଳବଣ ପୋଡି ପାଉଁସ ହେବାରେ ଲାଗିଛି । ଏହି ଖବର ପାଇବା ପରେ ଏବେ କାଳୁପଡାଘାଟ ଜେଟି ରେ ପହଞ୍ଚିଛନ୍ତି ବାଲୁଗାଁ ବନ୍ୟପ୍ରାଣୀ ଡ଼ିଏଫଓ । ଜେଟିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ପରେ ଡ଼ଙ୍ଗା ରେ ଚିଲିକା ଭିତରକୁ ଯାଇ ଅନୁଧ୍ୟାନ କରୁଛନ୍ତି ଡ଼ିଏଫଓ ।

ଏହାସହିତ ନଳବଣର ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିବା ପାଇଁ ଉଊଇ ପକ୍ଷରୁ ମୋଟର ପମ୍ପ ନେଇ ପହଞ୍ଚିଥିବା କହିଛନ୍ତି ଡିଏଫ୍‌ଓ । ତେବେ ଏହି ଘଟଣାରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହା ସହିତ ଲୋକଙ୍କୁ ମଧ୍ୟ ସଚେତନ କରାଯାଉଛି । ବହୁ ବିରଳ ଫିସିଂ କ୍ୟାଟ ସହ ଜଳଚର ଜୀବ ପୋଡି ଯାଇଥିବା ସୂଚନା । ମତ୍ସ୍ୟଜୀବୀଙ୍କ ଜାଲ ଓ ଡ଼ଙ୍ଗା ମଧ୍ୟ ପୋଡି ପାଉଁଶ ହୋଇଛି । ତେବେ ବର୍ତ୍ତମାନ ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *