Pratidin TV

Odisha's Digital News Platform

ଟାଇମ୍ସ ଟାଓ୍ବାର ବିଲଡିଂରେ ଭୟଙ୍କର ଅଗ୍ନିକାଣ୍ଡ , ଫସି ରହିଛନ୍ତ ଅନେକ ଲୋକ ..

ମୁମ୍ବାଇ ଟାଇମ୍ସ ଟାୱାରରେ ଭୟଙ୍କର ନିଆଁ । ମହାରାଷ୍ଟ୍ର ମୁମ୍ବାଇ ଲୋୟର ପରେଲ ଅଞ୍ଚଳରେ ଥିବା ଟାଇମ୍ସ ଟାୱାର ବିଲ୍ଡିଂ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ସାତ ମହଲା ବିଶିଷ୍ଟ ଏହି କୋଠାରେ ହଠାତ  ନିଆଁ ଲାଗିଯାଇଥିଲା। ନିଆଁର ପ୍ରକୋପ  ଏତେ ଭୟଙ୍କର ଥିଲା ଯେ କିଛି ସମୟ ପାଇଁ ଚାରିଆଡେ ଧୂଆଁ ମୟ ହୋଇଯାଇଥିଲା।

ପରେ ଖବର ପାଇ ୯ଟି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । କିଛି ସମୟ ପରେ  ଅଗ୍ନିଶମ ବାହିନୀର ସଙ୍ଘର୍ଷ ଫଳରେ ନିଆଁକୁ ଆୟତ କରାଯାଇଥିଲା। ନିଆଁର ମାତ୍ରା  ଏତେ ଅଧିକ ଥିଲା ଯେ, ଅଗ୍ନିଶମ ବିଭାଗ ଏହାକୁ ଲେଭେଲ ୨ ଅଗ୍ନିକାଣ୍ଡ ବୋଲି ଘୋଷଣା କରିଛି। ତେବେ ଏହି ଘଟଣାରେ ଏପର୍ଯ୍ୟନ୍ତ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *