Pratidin TV

Odisha's Digital News Platform

ଚଳନ୍ତା ବସ୍ ରେ ଲାଗିଲା ନିଆଁ , ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ ..

ବସ୍‌ରେ ଥିଲେ ୪୦ ଯାତ୍ରୀ । ଦ୍ରୁତ ଗତିରେ ବସ୍‌ଟି ଲକ୍ଷ୍ୟ ସ୍ଥଳ ଅଭିମୁଖେ ଯାଉଥିଲା । ମାତ୍ର ହଠାତ୍ ବିଚ୍ ରାସ୍ତାରେ ବସ୍‌ରେ ଲାଗିଲା ନିଆଁ । ଆଉ ହୁତୁହୁତୁ ହୋଇ ଜଳିଗଲା ବସ୍ । ଏପରି ଏକ ଅଘଟଣ ଆଜି ଢେଙ୍କାନାଳ ଜିଲ୍ଲାରେ ଘଟିଛି । ସୌଭାଗ୍ୟବସତଃ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡିଛି । ‘ପ୍ରିୟାଂଶି’ ନାମକ ବସ୍ ଆଜି ସକାଳେ ପ୍ରାୟ ୪୦ ଯାତ୍ରୀଙ୍କୁ ଧରି ଅନୁଗୁଳରୁ ଭୁବନେଶ୍ୱର ଅଭିମୁଖେ ବାହାରିଥିଲା । ବସ୍‌ଟି ଢେଙ୍କାନାଳ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ଆନନ୍ଦ ନଗର ନିକଟରେ ଜାତୀୟ ରାଜପଥ ୫୫ ଉପରେ ହଠାତ୍ ସେଥିରେ ନିଆଁ ଲାଗି ଯାଇଥିଲା ।

ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ ଯାତ୍ରୀମାନେ ବସ୍ ରୁ ଓହ୍ଲାଇ ପଡିଥିଲେ । ଏହାପରେ ବସ୍ ଟି ହୁ ହୁ ହୋଇ ଜଳିବାକୁ ଲାଗିଲା । ଖବର ପାଇ ତୁରନ୍ତ ଢେଙ୍କାନାଳ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚିଥିଲେ । ବହୁ ପରିଶ୍ରମ ପରେ ବସ୍‌ର ନିଆଁକୁ କାବୁ କରାଯାଇଥିବା ଜଣାଯାଇଛି । ଏଥିଯୋଗୁ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ବହୁ ସମୟ ପର୍ଯ୍ୟନ୍ତ ବ୍ୟାହତ ହୋଇଥିଲା । ଏହାପରେ ପୋଲିସର ଉଦ୍ୟମରେ ସେହି ବସ୍ କୁ ହଟାଇବା ଯାତାୟତ ସ୍ୱଭାବିକ ହୋଇଥିଲା । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡିନି ।

Leave a Reply

Your email address will not be published. Required fields are marked *