Pratidin TV

Odisha's Digital News Platform

ଚିକିତ୍ସାଳୟରେ ଅଗ୍ନିକାଣ୍ଡ , ୧୦ ମୃତକଙ୍କ ସହ ଫସିରହିଛନ୍ତି ଅନେକ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ଜବଲପୁର ଏକ ଘରୋଇ ଚିକିତ୍ସାଳୟରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଚଣ୍ଡାଲଭାଟା ଅଞ୍ଚଳରେ ଥିବା ନ୍ୟୁଲାଇଫ୍ ମଲ୍ଟିସ୍ପେଶାଲିଟି ଚିକିତ୍ସାଳୟରେ ନିଆଁ ଲାଗି ୧୦ ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ତଳ ମହଲାରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ତୃତୀୟ ମହଲା ଯାଏଁ ବ୍ୟାପିଯାଇଥିଲା ।

ତେବେ ଚିକିତ୍ସାଳୟରେ ନିଆଁ ଜୋର ଧରିବା କାରଣରୁ ଅନେକ ଲୋକ ସେଠାରେ ଫଶି ରହିଛନ୍ତି । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଲୋକଙ୍କୁ ଉର୍ଦ୍ଧାର କରିବା ସହ ନିଆଁକୁ ଆୟତ କରିବାକୁ ଚେଷ୍ଟା ଚଲେଇଥିଲେ । କିନ୍ତୁ ଏଯାଏ ନିଆଁକୁ ଆୟତ୍ତ କରାଯାଇପାରି ନାହିଁ ।

Leave a Reply

Your email address will not be published. Required fields are marked *