Pratidin TV

Odisha's Digital News Platform

୧୨ ଘଣ୍ଟା ପରେବି ଜଳୁଛି ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ : ଚାଲିଛି ଅପରେସନ୍ , ଆୟତକୁ ଆସୁନି ନିଆଁ

1 min read

ପୁରୀ : ହୋଲିରେ ଅଘଟଣ । ବୁଧବାର ରାତିରୁ ଜଳୁଛି ପୁରୀ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସ । ଦୀର୍ଘ ୧୨ ଘଣ୍ଟା ପରେ ବି ଆୟତକୁ ଆସୁନି ସ୍ଥିତି । କାରଣ ମାର୍କେଟ୍ କମ୍ଲେକ୍ସର ବନ୍ଧ ଥିବା ଦୋକାନ ଗୁଡିକ ଭିତରେ ଲାଗିଥିବା ନିଆଁ ଏଯାଏଁ କୁହୁଳୁଥିବାର ଜଣାପଡିଛି । ନିଆଁର ଉତ୍ତାପ ଏତେ ପରିମାଣରେ ରହିଛି ଯେ ଦୋକାନଗୁଡିକର ଲୁହା ସଟର ତରଳିବା ସହ କାଚ ଗୁଡିକ ମଧ୍ୟ ଫାଟିବାରେ ଲାଗିଛନ୍ତି । ତେଣୁ ଟିମ୍ ସଟର ଗୁଡିକୁ କାଟି ଭିତର ନିଆଁକୁ ଲିଭାଇବା ପାଇଁ ଅପ୍ରାଣ ଉଦ୍ୟାମ ଚଳାଇଛି ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ।

ରାତି ତମାମ ଅଗ୍ନିଶମ ବାହିନୀ କାର୍ଯ୍ୟରେ ଲାଗି ରହିଛନ୍ତି। ନିଆଁ ଲିଭାଇ ବେଳେ ୩ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କୁ ପୁରୀ ସଦର ମେଡିକାଲରେ ଭର୍ତ୍ତି କରାଯାଇଛି।

Advertisement

ମିଳିଥିବା ସୂଚନା ଅନୁ୍‌ଯାୟୀ ଗତ ରାତି ପ୍ରାୟ ୮ଟା ବେଳେ ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ହେଲେ ଏପର୍ଯ୍ୟନ୍ତ ନିଆଁ ଲିଭିନଥିବା ଜଣାପଡ଼ିଛି।
ମାର୍କେଟ କଂପ୍ଲେକ୍ସରେ ଥିବା ଏକ ଡ୍ରେସ୍ ଦୋକନରୁ ପ୍ରଥମେ ନିଆଁ ଲାଗିଥିଲା। ପରେ ଅନ୍ୟ ଦୋକାନକୁ ଏହା ବ୍ୟାପି ଯାଇଥିଲା। ସଟ୍ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ତେବେ କିପରି ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ ନିଆଁ ଲାଗିଲା ତାର କାରଣ ଗଣାପଡ଼ିନାହିଁ।

ଅନ୍ୟପକ୍ଷରେ ନିଆଁ ଲାଗିଥିବା ସମ୍ରାଟ୍ ହୋଟେଲରେ ୧୦୦ରୁ ଅଧିକ ପର୍ଯ୍ୟଟକ ଥିଲେ ମଧ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଅଗ୍ନିକାଣ୍ଡରେ ପୁରୀ ମରିଚିକୋଟ ଛକ ସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଜଳି ପୋଡି ଛାରଖାର ହୋଇଯାଇଛି । ଏତେ ମାତ୍ରାରେ ଧୂଆଁ ବ୍ୟାପିଯାଇଛି ଯେ ଶ୍ରୀମନ୍ଦିର ମଧ୍ୟ ଦୂରରୁ ଦୃଶ୍ୟମାନ ହେଉନି ।

Leave a Reply

Your email address will not be published. Required fields are marked *