Pratidin TV

Odisha's Digital News Platform

ଦିଲ୍ଲୀର ବୱାନା ଶିଳ୍ପାଞ୍ଚଳରେ ଅଗ୍ନିକାଣ୍ଡ ,ହୁତୁହୁତୁ ହୋଇ ଜଳିଲା ବିଲଡିଂ,କାରଣ ଅସ୍ପଷ୍ଟ ..

1 min read

ନୂଆ ଦିଲ୍ଲୀରେ ଘଟିଲା ଭୟଙ୍କର ଅଗ୍ନିକାଣ୍ଡ । ହୁତୁହୁତୁ ହୋଇ ଜଳିଲା ବିଲଡିଂ । ବୁଧବାର ସକାଳେ ଦିଲ୍ଲୀର ବୱାନା ଶିଳ୍ପାଞ୍ଚଳର ଏକ କାରଖାନାରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଏତେ ଭୟଙ୍କର ଯେ ନିଆଁ ଲିଭାଇବା କଷ୍ଟସାଧ୍ୟ ହୋଇପଡ଼ିଛି ।ବାୱାନା ଶିଳ୍ପାଞ୍ଚଳର ସାଇ ଧରାମ କାଣ୍ଟା ନିକଟ ସେକ୍ଟର -3 ର ଏକ କାରଖାନାରେ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି । ଖବର ପାଇବା ପରେ 25 ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ଅପରେସନ୍ ଆରମ୍ଭ କରିଥିଲେ। ନିଆଁକୁ ଆୟତ୍ତ କରାଯାଇଥିବା ନେଇ ଜଣ ପଡିଛି ।

ତେବେ ଏପର୍ଯ୍ୟନ୍ତ କୌଣସି ଆଘାତ କିମ୍ବା କାରଣ ସମ୍ପର୍କରେ ରିପୋର୍ଟ ହୋଇନାହିଁ ବୋଲି ଅଧିକାରୀ କହିଛନ୍ତି।କାରଖାନା ରେ ଅଧିକ ମାତ୍ରାର ପ୍ଲାଷ୍ଟିକ୍ ସାମଗ୍ରୀ ରହିଥିଲା । ତେଣୁ ନିଆଁ ଖୁବ୍ କମ୍ ସମୟରେ ବ୍ୟାପକ ମାତ୍ରାରେ ମାଡି ଚଲିଥିଲା । ଚାହୁଁ ଚାହୁଁ ସବୁ କିଛି ଜଳି ଯାଇଛି । ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏ ବେଳେ ଏହି ଅଗ୍ନିକାଣ୍ଡ ଘଟିଛି ।ନିଆଁ ଲାଗିବା କାରଣ ଏଯାଇ ଅସ୍ପଷ୍ଟ ରହିଛି । ସେହିପରି କେତେ କ୍ଷୟକ୍ଷତିହୋଇଛି ତାର ବି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *