Pratidin TV

Odisha's Digital News Platform

ବ୍ରହ୍ମପୁର ବଡ ମେଡିକାଲରେ ଅଗ୍ନିକାଣ୍ଡ

1 min read

ବ୍ରହ୍ମପୁର : ବ୍ରହ୍ମପୁରସ୍ଥିତ ବଡ ମେଡିକାଲ/ଏମକେସିଜି ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗରେ ଆଜି ମଧ୍ୟହ୍ନ ସମୟରେ ଅଗ୍ନିକାଣ୍ଡ ଘଟିଛି । ସମସ୍ତ ରୋଗୀମାନଙ୍କୁ ସୁରକ୍ଷିତ ବାହର କରିଦିଆ ଯିବାପରେ , ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲା । ସୂଚନା ଅନୁଯାୟୀ ପ୍ଲାଷ୍ଟିକ ସର୍ଜରୀ ୱାର୍ଡର ପଞ୍ଚମ ମହଲାରୁ ଧୂଆ ବାହାରିବାର ଦେଖିଥିଲେ କିଛି ବ୍ୟକ୍ତି । ଏହାପରେ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲା ।ପ୍ରାୟ ୧୫ ମିନିଟ୍‌ର ପ୍ରଚେଷ୍ଟା ପରେ ନିଆଁକୁ ସମୂର୍ଣ୍ଣ ଭାବେ ଲିଭାଯାଇଥିଲା । କିନ୍ତୁ ନିଆଁ ଲିଭିଯାଇଥିଲେ ମଧ୍ୟ କୌଣସି କାରଣ ବସତଃ ଉକ୍ତ ସ୍ଥାନରୁ ପ୍ରବଳ ଧୂଆଁ ବାହାରୁଥିଲା ।

ତେବେ ବର୍ତ୍ତମାନ ଏହି ଧୂଆଁକୁ କିପରି ରୋକାଯିବ ଏନେଇ ଅପରେସନ ଚାଲିଛି । ସେଠାରେ ବ୍ରହ୍ମପୁର ଅଗ୍ନିଶମ ବିଭାଗର ୨ ୟୁନିଟ ଓ ଏମକେସିଜିରେ ଥିବା ଅଗ୍ନିଶମ କାର୍ଯ୍ୟାଳୟର ୧ ୟୁନିଟ ,ସର୍ବମୋଟରେ ୨୫ ଜଣ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ନିଆଁକୁ ଆୟତ କରାଯାଇଛି ।
ସୂଚନା ମିଳୁଛି ଯେ ଓଟି -୧ର ସିଲିଂରେ ସର୍ଟସର୍କିଟ ଯୋଗୁ ନିଆଁ ଲାଗି ତାହା ପଞ୍ଚମ ମହଲା ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା । ତେବେ କିପରି ଓ କେଉଁ କାରଣ ବସତଃ ନିଆଁ ଲାଗିଥିଲା ତାହା ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଅନୁଧ୍ୟନ କରୁଛି ।

Leave a Reply

Your email address will not be published. Required fields are marked *