Pratidin TV

Odisha's Digital News Platform

ରାଜଧାନୀରେ ଅଘଟଣ ; ଏମ୍ସରେ ଅଗ୍ନିକାଣ୍ଡ, ଜଳିଗଲା ଏଣ୍ଡୋସ୍କୋପି ବିଭାଗ

1 min read

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଅଘଟଣ । ଏମ୍ସ ହସ୍ପିଟାଲରେ ଅଗ୍ନିକାଣ୍ଡ । ଜଳିଗଲା ଏଣ୍ଡୋସ୍କୋପି ବିଭାଗ । ୨ୟ ମହଲାରେ ଥିବା ଥିବା ଏଣ୍ଡୋସ୍କୋପି ବିଭାଗ ରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ନିଆଁର ପ୍ରକୋପ ଏତେ ରହିଛି ଯେ ଝରକା ଦେଇ ମୋଟା କଳା ଧୁଆଁ ସହ ନିଆଁ ମଧ୍ୟ ବାହାରୁଛି । ଖବର ପାଇଁ ଅଗ୍ନିଶମବିଭାଗ ସେଠାରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିପଡିଛନ୍ତି । ନିଆଁକୁ ଆୟତ କରିବା ପାଇଁ ୧୫ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଛି ।

ଏଥିରେ କୌଣସି ରୋଗୀ କିମ୍ବା ତାଙ୍କ ପରିବାରର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ନିଆଁ ଲାଗିବା ସଙ୍ଗେ ସଙ୍ଗେ ରୋଗୀ ଏବଂ ତାଙ୍କ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି । ବର୍ତ୍ତମାନ ସୁଦ୍ଧା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି। ତେବେ କେଉଁ କାରଣ ଯୋଗୁ ନିଆଁ ଲାଗିଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Advertisement

Leave a Reply

Your email address will not be published. Required fields are marked *