Pratidin TV

Odisha's Digital News Platform

ଗ୍ୟାସରେ ଚା ବସାଇଥିଲେ ହଠାତ୍ ଲାଗିଗଲା ନିଆଁ , ଆଉ ଜଳି ଛାରଖାର ହେଇଗଲା ବୁଢୀ ମାଉସୀର ସବୁକିଛି ….

କେନ୍ଦ୍ରାପଡା ; ଶୁଖିଲା ଧୁଡୁଧୁଡୁ ଚମରେ କଇଁ କଇଁ ହୋଇ କାନ୍ଦୁୁଛି ବୁଢୀ ମାଉସୀ । ଆଉ ମୁଣ୍ଡକୁ ପିଟି ପିଟି କହୁଛି ବାବାରେ ମୋର ସବୁକିଛି ଚାଲିଗଲା । ଆଜି ମୁ ସର୍ବଶାନ୍ତ ହୋଇଗଲି , ସବୁକିଛି ମୋର ଉଜୁଡିଗଲା , ମୋ ପିଲାଛୁଆ କୁଆଡେ ଯିବେ ? କଣ ଖାଇବେ , କେଉଁଠି ରହିବେ ? କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ ଇନ୍ଦୁପୁର ମଝି ସାହିରେ ଅଗ୍ନିକାଣ୍ଡ ଘଟି ଏକ ଚାଳ ଛପର ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଗତକାଲି ସନ୍ଧ୍ୟା ପ୍ରାୟ ସାଢେ ଆଠଟା ବେଳେ ଘଟିଥିଲା । ଉକତ୍ ଗ୍ରାମର ଗୋପ ମଳିକ ଙ୍କ ଚାଳ ଛପର ଘରେ ହଠାତ୍ ନିଆଁ ଲାଗିଯାଇଥିଲା ।

ଗାଁ ଲୋକେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ଖୁବ୍ କମ୍ ସମୟ ମଧ୍ୟରେ ଦୁଇ ବଖରା ଛପର ଘର ପୋଡ଼ି ପାଉଁଶ ହୋଇଯାଇଥିଲା । ଘର ଭିତରେ ଥିବା ସମସ୍ତ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ପୋଡି ଯାଇଥିବା ଜଣାପଡ଼ିଛି । ତେବେ ଗୋପ ଙ୍କ ସ୍ତ୍ରୀ ନିଜ ଛୁଆଙ୍କୁ ଧରି ବାପ ଘରକୁ ଯାଇଥିବା ବେଳେ ତାଙ୍କ ମା ଗ୍ୟାସ ରେ ଚା ବସାଇ ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସ୍ପଷ୍ଟ କରିଛନ୍ତି ଗୋପ ମଲ୍ଲିକଙ୍କ ମା ।

ଅନ୍ୟପକ୍ଷ୍ୟରେ ଅଗ୍ନିଶମ ବାହିନୀ ଆସି ପହଞ୍ଚିବା ନେଇ ଜନ ଅସନ୍ତୋସ ଦେଖାଦେଇଥିଲା । କାରଣ ଅଗ୍ନିଶମ ବାହିନୀ ପହଞ୍ଚିବା ବେଳକୁ ମାଉସୀଙ୍କର ସବୁକିଛି ପୋଡି ଛାରଖାର ହୋଇଯାଇଥିଲା । ତେବେ ଏହି ଅଗ୍ନିକନ୍ଦରେ ଗୋପଙ୍କ ମା ଯେଉଁ ଲୁଗା ଖଣ୍ଡିଏ ପିନ୍ଦା ଲୋଗକୁ ଛାଡି ସବୁ ପୋଡି ପାଉଁଶ ହୋଇଯାଇଛି ।

Leave a Reply

Your email address will not be published. Required fields are marked *