Pratidin TV

Odisha's Digital News Platform

ପୁରୀ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ , ହୁ ହୁ ହୋଇ ଜଳିଲା ଏସି ବଗି …..

1 min read

ପୁରୀ ; ପୁରୀ ରେଳ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ । ହୁ ହୁ ହୋଇ ଜଳୁଛି ଟ୍ରେନର ଏକ ଏସି ବଗି । ନିଆଁ ଲିଭାଇବା କାର୍ଯ୍ୟରେ ଜୋରଦାର ଲାଗିପଡିଛି ଅଗ୍ନିଶମ ବିଭାଗ । ସୂଚନା ଅନୁଯାୟୀ ପୁରୀ ରେଳ ଷ୍ଟେସନରେ ଟ୍ରେନର ଏସି ବଗି ମରାମତି ପାଇଁ ରହିଥିବା ବେଳେ ହଠାତ୍ ସେଥିରୁ ଧୂଆଁ ବାହାରୁଥିବାର ଦେଖିବାକୁ ପାଇଥିଲେ କମ୍ରଚାରୀ । ପରେ ବଗି ଭୀତରେ ଓ କୋଚିଂ ଡିପୋରେ ନିଆଁ ଜଳୁଥିବାର ଦେଖି ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଏହାପରେ ତୁରନ୍ତ ସେଠାରେ ଟିମ୍ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।

ତେବେ ନିଆଁ ଲାଗିବାର ସଠିକ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ନିଆଁ ଲାଗିବା ଦ୍ୱାରା ହଠାତ୍ ଷ୍ଟେସନ ଅଞ୍ଚଳ ଧୂଆଁ ମୟ ହୋଇଉଠିଥିଲା । ବଗି ଇଲେକ୍ଟ୍ରି କାମ ଚାଲିଥିବା ବେଳେ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ନେଇ ସନ୍ଦେହ କରାଯାଉଛି । ଏନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି କ୍ଷାପୂର୍ବରୁ ମଧ୍ୟ ବହୁଥର ଏହି ସ୍ଥଅନରେ ଟ୍ରେନରେ ନିଆଁ ଲାଗିଥିବା ନଜର ରହିଛି ।

Advertisement

Leave a Reply

Your email address will not be published. Required fields are marked *