Pratidin TV

Odisha's Digital News Platform

ସଙ୍କଟରେ ଶିମିଳିପାଳ ; ହୁ ହୁ ହୋଇ ଜଳୁଛି ଜଙ୍ଗଲ ..

1 min read

ମୟୁରଭଞ୍ଜ : ଶିମିଳିପାଳ ଏବେ ସଙ୍କଟରେ । ହୁତୁ ହୁତୁ ହୋଇ ଜଳୁଛି ଶିମିଳିପାଳ । ଦୀର୍ଘ ସମୟ ଧରି ଶିମିଳିପାଳ ଅଭୟାରଣ୍ୟର ଗୋଟିଏ ରେଞ୍ଜରେ ଲାଗିଛି ନିଆଁ । ନିଆଁ ପୁରା ଜଙ୍ଗଲକୁ ବ୍ୟାପିବାରେ ଲାଗିଛି ଏବଂ ହୁ ହୁ ହୋଇ ଜଳୁଛି । ରାତିରେ ଶିମିଳିପାଳ ଜଳିବାର ପ୍ରକୃତ ଚିତ୍ର ସାମ୍ନାକୁ ଆସିଛି । ଜଳୁଛି ଶିମିଳିପାଳ ଅଭୟାରଣ୍ୟର ପୋଡାଡିହା ରେଞ୍ଜ ଅଧିନ ଅନନ୍ତପୁର ବିଟ୍ ଅଂଚଳ । ଏହି ବିଟ୍ ଅଧିନ ଉପର ବାରଡାଙ୍ଗୁଆ, ସାରବସା, ଭୁଣ୍ଡାସାହି, ମାଣିକପୁର, ପଥରଖଣି, ଖଣ୍ଡାଚିରା, ଅନନ୍ତପୁର ଆଦି ଅଂଚଳରେ ବ୍ୟାପକ ଭାବେ ଲାଗିଛି ନିଆଁ ।

ପାଖାପାଖି ଦୁଇ କିଲୋମିଟରରୁ ଅଧିକ ଏରିଆରେ ନିଆଁ ଲାଗିଥିବା ବେଳେ ଏହା କ୍ଷୀପ୍ର ବେଗରେ ବ୍ୟାପିବାରେ ଲାଗିଛି । ଗୋଟିଏ ଦିନ ପୂର୍ବରୁ ମାଣିକପୁର ଅଂଚଳରେ ନିଆଁ ଲାଗିଥିବା ବେଳେ ଉକ୍ତ ନିଆଁ ଆୟତ ହୋଇ ନ ଥିବାରୁ ତାହା ଅନନ୍ତପୁର ବିଟ୍ ଅଂଚଳକୁ ବ୍ୟାପିଛି । ନିଆଁ ଏତେ କ୍ଷୀପ୍ର ଗତିରେ ବ୍ୟାପୁଛି ଯେ କମ୍ ସମୟ ମଧ୍ୟରେ ଅନନ୍ତପୁର ବିଟ୍ ଅଂଚଳର ବହୁ ବଡ ବଡ ଗଛ, ଔଷଧୀୟ ବୃକ୍ଷ ପାଉଁଶ ହୋଇଯାଉଛି । ଜଣେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ କହିବାନୁସାରେ ନିଆଁ ଶିମିଳିପାଳର ଉପରମୁଣ୍ଡରେ ଲାଗିଛି ଯାହାକି କୋର ଏରିଆକୁ ମାଡିଛି । ଏବଂ ନିଆଁକୁ ଆୟତ କରିବାକୁ ଚେଷ୍ଟା କରାଯାଉଛି । ବଫର ଏରିଆ ଛାଡି କୋର ଏରିଆ ନିଆଁ ମାଡିଥିବା ବେଳେ ଶିମିଳିପାଳ ଏବେ ସଙ୍କଟରେ ।

Advertisement

ସ୍ଥାନୀୟ ଅଞ୍ଚଳବସୀଙ୍କ କହିବା ଅନୁଯାୟୀ ନିଆଁଟି ଦୀର୍ଘ ୩ ଦିନ ହେବ ଲାଗିଛି । ତେବେ ଏହା କିପରି ଓ କେଉଁ କାରଣରୁ ଲାଗିଛି । ତାହା ବର୍ତ୍ତମାନ ସୁଦ୍ଧା ସ୍ଫଷ୍ଟ ଭାବେ ଜଣାପଡିନାହିାଁ ଅନ୍ୟପଟେ ବନବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ ଏକ ୪ ଜଣିଆ ଟିମ୍ ୩ ଦିନ ହେବ ନିଆଁ ଲିଭାଇବା ପାଇଁ ଜଙ୍ଗଲକୁ ଯାଉଛନ୍ତି । କିନ୍ତୁ ଗୋଟେ ଜାଗାରେ ନିଆଁ ଲିଭଅଇଲା ବେଳେ ଅନ୍ୟପଟେ ଲାଗିଯାଉଛି । କିଛି ବଦମାସ ଲୋକ ଏଭଳି କରୁଥିବା କହିଛନ୍ତି ବନବିଭାଗ ଅଧିକାରୀ ।

Leave a Reply

Your email address will not be published. Required fields are marked *