Pratidin TV

Odisha's Digital News Platform

ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ନିଆଁ ; ରୋଗୀଙ୍କୁ ଛାଡି ଦୈଡିଲେ ପରିବାର…..

1 min read

ବାଲେଶ୍ଵର : ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ । ଏସିରେ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଭୟରେ ରୋଗୀମାନଙ୍କୁ ବେଡ୍‌ରେ ଛାଡି ଦୈଢି ପଳାଇଥିଲେ ପରିବାର ଲୋକ । ଆଜି ସକାଳ ସମୟରେ ଏଭଳି କିଛି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ।

ଖବର ଅନୁଯାୟୀ ଆଜି ସକାଳେ ଫକୀର ମୋହନ ମେଡିକାଲ୍ କଲେଜ ଓ ହସ୍ପିଟାଲର ପ୍ରଥମ ମହଲା ଥିବା ମେଡିସିନ ୱାର୍ଡର ଷ୍ଟାଫ୍ ବସୁଥିବା ଏକ ରୁମ୍ର ଏସିରୁ ନିଆଁ ବାହାରିଥିଲା। ଏହାପରେ ମେଡିକାଲ ଧୂଆଁମୟ ହୋଇଯାଇଥିଲା। ଧୂଆଁ ଦେଖିô ରୋଗୀ ଓ ତାଙ୍କ ପରିବାର ଭୟରେ ଦୈଡାଦୈଡି କରିଥିଲେ । କିନ୍ତୁ କିଛି ରୋଗୀ ବିଛଣାରୁ ଉଠିପାରୁନଥିବାରୁ ବାହାରକୁ ଆସିପାରିନଥିଲେ । ପରେ ମେଡିକାଲ କର୍ମଚାରୀ ସେମାନଙ୍କୁ ବାହାରକରିଥିଲେ । ଏହାପରେ ଅଗ୍ନିବାହୀ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ଅଧଘଣ୍ଟା ଧରି ନିଆଁ ଲିଭାଇଥିଲେ । ଏବଂ ଶେଷରେ ସଫଳ ହୋଇଥିଲେ ।

Advertisement

ତେବେ ଏହି ଅଗ୍ନିକାଣ୍ଡରେ ହସ୍ପିଟାଲ କର୍ମଚାରୀ କିମ୍ବା ରୋଗୀ ଓ ତାଙ୍କ ପରିବାରର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଇଉରେ ସର୍ଟ ସର୍କିଟ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଓଭରଲୋଡ ଯୋଗୁ ଏପରି ହୋଇଥିବା ଅନୁମାନ କରାଯାଉଛି।

Leave a Reply

Your email address will not be published. Required fields are marked *