ମାଁଙ୍କ ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ : ଜଳିଗଲେ ୫ଜଣ ,୬୪ ଗୁରୁତର ଆହତ
1 min readଲକ୍ଷ୍ନୌ : ରବିବାର ରାତି ୯ ଟା ସମୟରେ ଏକ ବିଭତ୍ସ ଅଗ୍ନିକାଣ୍ଡ ଘଟିଛି ମାଙ୍କ ମଣ୍ଡପରେ । ସୂଚନା ଅନୁଯାୟୀ ଉତ୍ତରପ୍ରଦେଶ ଭଦୋହୀରେ ଏକ ଦୁର୍ଗାପୂଜା ପେଣ୍ଡାଲରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ପେଣ୍ଡାଲରେ ପ୍ରାୟ ୩୦୦ରୁ ଉର୍ଦ୍ଧ ଲୋକ ଥିବା ବେଳେ ଏଭଳି ଅଭାବନୀୟ ଘଟଣାଟି ଘଟିଥିଲା । ଯେଉଁଥିରେ ୫ ଜଣ ମୃତ୍ୟୁ ବରଣ କରିଥିବା ବେଳେ ପାଖାପାଖି ୬୪ ଜଣ ଗୁରୁତର ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ ଉକ୍ତ ପୂଜା ପେଣ୍ଡାଲରେ ଏକ ନାଟକ ମଞ୍ଚସ୍ତ କରାଯାଇଥିଲା । ଏନେଇ ସେଠାରେ ଲୋକମାନଙ୍କ ଭିଡ ଜମିବାକୁ ଲାଗିଥିଲା ।ପାଖାପାଖି ୩୦୦ ଲୋକ ସେଠାରେ ଉପସ୍ଥିତ ଥିବା ବେଳେ , ଅନେକ ଲୋକ ନିଜର ଛୋଟ ଛୋଟ ଛୁଆ ମାନଙ୍କୁ କାନ୍ଧ ଉପରେ ବସାଇ ମାଙ୍କୁ ଦର୍ଶନ କରାଇବା ସହ ନାଟକ ମଧ୍ୟ ଦେଖାଉଥିଲେ । ଏହି ସମୟରେ ହଠାତ୍ ପେଣ୍ଡାଲର ଡାହାଣପଟରୁ ନିଆଁ ଜଳିବାର ଦେଖାଦେଇଥିଲା । ଏସବୁ ଦେଖି ଲୋକମାନେ ପାଟି ଚିଲ୍ଲାଇ ଦୈାଡା ଦୈାଡି କରିଥିଲେ । ତେବେ ଘଟଣାଟି ଆୟତ ବାହରକୁ ଯିବାରୁ ପୂଜା ପେଣ୍ଡାଲର ଆୟୋଜକ ଅଗ୍ନିଶମବାହିନୀ ସହ ପୋଲିସ ଏବଂ ଆମ୍ବୁଲାନ୍ସକୁ ଫୋନ କରିଥିଲେ ।
ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚିବା ସମୟକୁ ନିଆଁଟି ଜୋର ଧରିନେଇଥିଲା । ତେବେ ତୁରନ୍ତୁ ରେସ୍କ୍ୟୁ ଅପରେସନ ଆରମ୍ଭ କରି ପୋଲିସ ଏବଂ ଅଗ୍ନିଶମବାହିନୀ ଲୋକମାନଙ୍କୁ ପେଣ୍ଡାଲ ବାହରକୁ ଆଣିଥିଲେ । ଉର୍ଦ୍ଦାର କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ପ୍ରାୟ ୬୪ ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ବାରଣାସୀ ହସ୍ପିଟାଲ , ୧୦ ଜଣଙ୍କୁ ବିଏଚ୍ୟୁ ର ସୁପର ବର୍ନ ଏମରଜେନ୍ସି ରେ ଆଡମିଟ୍ କରାଯାଇଛି । ସେହିଭଳି ୧୪ ଜଣଙ୍କର ବିଏଚୟୁର ଟ୍ରୋମ ସେଣ୍ଟରେ ଚିକିତ୍ସା ଚାଲିଥିବା ବେଲେ ୩ ଜଣଙ୍କୁ ଆଇସିୟୁରେ ଭର୍ତ୍ତି ିକରାଯାଇଛି । ନିଆଁ ପ୍ରଭାବରେ ପୋଡିଯାଇଥିବା ୧୦ ଜଣଙ୍କୁ ବାରଣାସୀ ମଣ୍ଡଳ ଚିକିତ୍ସାଳରେ ଚିକିତ୍ସା ଚାଲିଛି । ଏହାସହ ଗୁରୁତର ଥିବା ଆଉ ୫ ଜଣଙ୍କୁୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।
ଅନ୍ୟପଟେ ଏକ ବଡ ଦୁଖକର ଖବର ସାମ୍ନାକୁ ଆସିଛି ଯେ ଏହି ଅଗ୍ନିକାଣ୍ଡରେ ପ୍ରାୟ ୫ ଜଣ ଙ୍କର ମୃତ୍ୟୁ ହୋଇଛି ।ଯେଉଁଥିରେ ୩ ଜଣ ଛୁଆ ଥିବା ବେଳେ ୨ ଜଣ ମହିଳା ମୃତ୍ୟୁ ବରଣ କରିଛନ୍ତି । ତେବେ ମୃତକମାନେ ହେଲେ ହର୍ଷବର୍ଦ୍ଧନ (୮) , ଜେଠୁପୁରରୁ ନବୀନ (୧୦) , ଅଙ୍କୁଶ (୧୨) , ଆରତି ଦେବୀ (୪୮) ଏବଂ ପୁରୁଷୋତ୍ତମପୁରର ଜୟାଦେବୀ (୪୫) ବର୍ଷର ଅଟନ୍ତି ।ବର୍ତ୍ତମାନ ଯାଏ ନିଆଁ ଲାଗିବାର କାରଣ ସ୍ପଷ୍ଟ ବାବେ ଜଣା ପଡିନାହିଁ । ତେବେ ସର୍ଟସର୍କିଟ ଯୋଗୁ ଏପରି ହୋଇଛି ବୋଲି ଅନୁମାନ କରିଛି ପୋଲିସ ।