Pratidin TV

Odisha's Digital News Platform

ଆଗ୍ରା ବସ୍ତ୍ର ବଜାରରେ ଅଗ୍ନିକାଣ୍ଡ, ଜଳିଗଲା ୧୩ ରୁ ଉର୍ଦ୍ଧ୍ବ ଦୋକାନ

1 min read

କପଡା ବଜାରରେ ଲାଗିଲା ନିଆଁ | ଜଳିପୋଡ଼ି ପାଉଁଶ ହୋଇଗଲା ୧୩ରୁ ଉର୍ଦ୍ଧ୍ବ ଘର | ବଜାରରେ ନିଆଁ ଲାଗିବା ଯୋଗୁଁ ଲୋକଙ୍କ ମଧ୍ୟରେ ଖେଳିଯାଇଛି ଆତଙ୍କ | ନିଆଁ ଏତେ ବଢିଯାଇଥିଲା ପାଖ ପାଖ ଦୋକାନରେ ନିଆଁ ଲାଗି ୧୩ରୁ ଉର୍ଦ୍ଧ୍ବ ଦୋକାନରେ ଲାଗିଯାଇଥିଲା ନିଆଁ | ଏହାସହ ଠେଲାରେ ବ୍ୟବସାୟ କରୁଥିବା ଠେଲା ଗାଡି ମଧ୍ୟ ଜଳି ପୋଡି ପାଉଁଶ ହୋଇଯାଇଛି |

ତେବେ ବଜାରରେ ନିଆଁ ଲାଗିବା ବେଳେ କିଣାବିକା ଚାଲିଥିଲା | କିନ୍ତୁ ନିଆଁ ଲାଗିବ ମାତ୍ରେ ଜୀବନ ବଞ୍ଚାଇବା ପାଇଁ ଲୋକେ ଦୌଡ଼ି ପଳାଇଥିଲେ | ତେବେ ବଜାରରେ ନିଆଁ କିପରି ଲାଗିଲା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ | ତେବେ ବ୍ୟବସାୟୀ ନିଜେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ନିଆଁ ପାଖାପାଖି ଦୋକାନକୁ ବ୍ୟାପିଯାଇଥିଲା |

Advertisement

Leave a Reply

Your email address will not be published. Required fields are marked *