Pratidin TV

Odisha's Digital News Platform

ଝିଅ ବାହାଘର ପାଇଁ ଟଙ୍କା ସୁନା ରଖିଥିଲେ, ସବୁ ଜାଳି ପାଉଁସ କରିଦେଲା ଚୂଲି ନିଆଁ ..

ଜଳେଶ୍ବର ; ମୁଣ୍ଡ ଝାଳ ତୁଣ୍ଡରେ ମାରି ଝିଅ ବାହାଘର ପାଇଁ ଗୋଟୋ ଗୋଟି କରି ସାବୁ ଜିବିଷ ସାଉଁଟୁଥିଲେ ହେଲେ ବିଧିର ବିଧାନ ଯେ ଏତେ ନିଷ୍ଠୁର ସାଜିଲା । ତାହା କେହି ବିଶ୍ୱାସ ଜରିପାରୁନାହନ୍ତି । ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମର ଏକ ଗରିବ ପରିବାରର ଦୁଇ ବଖରା ଘରେ ନିଆଁ ଲାଗି ସର୍ବସ୍ୱ ପାଉଁସ ହୋଇଯାଇଛି । ନିଂଆ ଲାଗି ଦୁଇ ବଖରାଘର ସମେତ ଘରର ସମସ୍ତ ଆସବାବପତ୍ର ,୧୦ କ୍ବିଣ୍ଟାଲ ରୁ ଉର୍ଧ୍ବ ଧାନ , ସୂନା ଗହଣା ଏବଂ ନଗଦ ଟଙ୍କା ପୋଡି ପାଂଉଷ ହୋଇଯାଇଛି ।

ସୂଚନା ଅନୁଯାୟୀ ଅହଲ୍ୟାଙ୍କ ପରିବାର ଅତ୍ୟନ୍ତ ଗରୀବ ହୋଇଥିବା ବେଳେ ସମସ୍ତେ ସକାଳୁ କାମକୁ ବାହାରି ଯାଇଥିଲେ । ଅହଲ୍ୟାଙ୍କ ସାନ ଭଉଣୀ ଘରେ ଏକୁଟିଆ ରୋଷେଇ କରୁଥିବା ସମୟରେ ଅସାବଧାନତା ଯୋଗୁଂ ଚୂଲି ରୁ ନିଂଆ ଲାଗି ଦୁଇ ବଖରା ଘରେ ନିଂଆ ଲାଗି ଯାଇଥିଲା । ତୁରନ୍ତ ନିଆଁ ପୁରା ଘରକୁ କାବୁ କରିଦେଇଥିଲା । ହୁତୁ ହୋଇ ଜଳୁଥିବା ଘରକୁ ଦେଖି ସାହି ପଡିଶା ଲୋକେ ଦୌଡି ଆସି ନିଂଆ ଲିଭାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସମସ୍ତ ଜିନିଷ ପତ୍ର ପୋଡି ପାଉଷ ହୋଇ ଯାଇଥିଲା । ଅଗ୍ନିଶମ ବିଭାଗ କୁ ଖବର ଦେଇ ଥିଲେ ମଧ୍ୟ ଅଗ୍ନିଶମ ବିଭାଗ ପହଞ୍ଚି ନଥିଲା ।

ଝିଅ ବାହାଘର ପାଇଁ ଥିବା ସମସ୍ତ ସୂନା ଗହଣା, ନଗଦ ୫୦ ହଜାର ଟଙ୍କା , ୧୦ କ୍ବିଣ୍ଟାଲ ରୁ ଉର୍ଧ୍ବ ଧାନ, ପିଲା ମାନଙ୍କ ସାର୍ଟିଫିକେଟ, ଆଧାର କାର୍ଡ ସମେତ ସମସ୍ତ ଆସବାବପତ୍ର ପୋଡି ପାଂଉଷ ହୋଇଯାଇଛି । ଆନୁମାନିକ ୫ ଲକ୍ଷ ଟଙ୍କା ର ଜିନିଷ ପୋଡି ପାଂଉଷ ହୋଇଥିବା ବେଳେ ତୁରନ୍ତ ସରକାରୀ ସହାୟତା ପାଂଇ ନିବେଦନ କରିଛନ୍ତି ପରିବାର ଲୋକେ ।

Leave a Reply

Your email address will not be published. Required fields are marked *