Pratidin TV

Odisha's Digital News Platform

ଜଳି ପାଉଁସ ହେଲା ଦାଦନଙ୍କ ଝାଳବୁହା ସମ୍ପତ୍ତି

1 min read

ମୋହନା : ଚାହୁଁ ଚାହୁଁ ଜଳି ପାଉଁସ ହେଲା ସବୁକିଛି । ଆଖିସାମ୍ନାରେ ଜଳିଗଲା ଘର ତାସହ ଟଙ୍କା ଆଉ ଆସବାବପତ୍ର । ଦାଦନ ଘଟି ବାହାରୁ ଯାହା ରୋଜଗାର କରି ଆଣିଥିଲେ ସବୁ ଆଖି ସାମ୍ନାରେ ପୋଡି ପାଉଁସ ହୋଇଗଲା । ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ସାନଖଣି ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ସୂଚନା ମୁତାବକ ଗାଁ ରେ ସମସ୍ତେ ଗୁଡଫ୍ରାଇଡେ ପାଳନ କରୁଥିବାବେଳେ ଫାଉସ୍ତିନ ନାୟକଙ୍କ ଘରେ ହଠାତ କୌଣସି କାରଣ ବଶତଃ ନିଆଁ ଲାଗିଲା ।

ଘରୁ ନିଆଁ ବାହାରିଲା, କିଛିକ୍ଷଣ ପରେ ଘରଟି ସମ୍ପୁର୍ଣ ଜଳିପୋଡି ପାଉଁଶ ହୋଇଗଲା ନିମିଷକେ ମଧ୍ୟରେ ଘରେ ଥିବା ଆସବାବ ପତ୍ର ପୋଡି ପାଉଁଶ ହୋଇ ଯାଇଥିଲା। ତେବେ ୧୦ ବର୍ଷ ତଳେ ନିଜ ପତ୍ନୀଙ୍କ ଦେହାନ୍ତ ପରେ ଫାଉସ୍ତିନ ୪ଟି ଝିଅକୁ ଧରି ଚଳୁଥିଲେ । ଦୁଇ ଝିଅକୁ ବହୁ କଷ୍ଟରେ ବିବାହ ଦେଇଥିବା ବେଳେ ଅନ୍ୟ ଦୁଇଟି ଝିଅ ବମ୍ବେରେ ଦାଦନ ଖଟି ଚଳୁଥିଲେ । ହେଲେ ଗୁଡ଼ପ୍ରାଇଡେ ପାଁଇ ନିଜ ଗ୍ରାମକୁ ଆସିଥିଲେ।ଏବଂ ଘର ପାଁଇ ମଧ୍ୟ କିଛି ଜିନିଷ କିଣି ଆଣିଥିଲେ ।

Advertisement

ତେବେ ନିଆଁ ଲାଗିବା ଯୋଗୁଁ ସବୁ ପୋଡି ପାଉଁଶ ହୋଇଗଲା । ଏନେଇ କୋହଭରା କଣ୍ଠରେ ସମସ୍ତ ଦୃଶ୍ୟ ଗୋଟି ଗୋଟି କରି କହୁଛନ୍ତି ପ୍ରତ୍ୟକ୍ଷଦର୍ଶି । ଅନ୍ୟ ପଟେ ପରିବାର ପାଁଇ ସରକାରୀ ସହାୟତା ଦାବି କରିଛନ୍ତି ଗାଁ ଲୋକେ ।

Leave a Reply

Your email address will not be published. Required fields are marked *