Pratidin TV

Odisha's Digital News Platform

ଅଗ୍ନିଶମ ବିଭାଗର ନୂଆ ଡିଜ ଭାବେ ଦାୟିତ୍ୱ ଗ୍ରହଣ କଲେ IPS ସୁଧାଂଶୁ ଷଡ଼ଙ୍ଗୀ

1 min read

କଟକ : କଟକ ଅଗ୍ନିଶମ ବିଭାଗର 54 ତମ ନିର୍ଦେଶକ ଭାବେ ଆଜି ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି ଓଡ଼ିଆ IPS ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀ l 1990 ମସିହା ବ୍ୟାଚର ଏହି IPS ଅଧିକାରୀଙ୍କୁ କିଛି ଦିନ ତଳେ ଡିଜି ପଦକୁ ପଦୋନତି ଦେଇ ଥିଲେ ରାଜ୍ୟ ସରକାର ଏବଂ ଗତ ସପ୍ତାହରେ ତାଙ୍କୁ ଅଗ୍ନିଶମ ନିର୍ଦେଶକ ଭାବେ ନୂଆ ନିଯୁକ୍ତି ଦେଇଥିଲେ l ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ପୂର୍ଵରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ସହ ପୋଲିସ କମିଶନର ଭାବେ ଦକ୍ଷତାର ସହ କାର୍ଯ୍ୟ କରିସାରିଛନ୍ତି ।

ଆଜି ସକାଳ ପ୍ରାୟ 8 ଟା ବେଳେ କଟକ ସ୍ଥିତ ଅଗ୍ନିଶମ ବିଭାଗର ମୁଖ୍ୟ କାର୍ଯ୍ୟାଳୟକୁ ଆସି କାର୍ଯ୍ୟକାରୀ ନିର୍ଦେଶକ ବିନୟତୋଷ ମିଶ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଓଡିଶା ଅଗ୍ନିଶମ ବିଭାଗର କାର୍ଯ୍ୟ ଦକ୍ଷତା ଦେଶରେ ସୁନାମ ଅର୍ଜନ କରିଛି । ଏବଂ ଆଗାମୀ ଦିନରେ ଏହାକୁ ବଜାୟ ରଖାଯିବ ବୋଲି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।

ଅଗ୍ନିଶମ ବିଭାଗ ଆଜି ସାରା ବିଶ୍ୱରେ ଆପାତକାଳୀନ first responder ଭାବରେ ଦେଶ  ତଥା ଦେଶ ବାହାରେ ସୁନାମ ଅର୍ଜନ କରିଛି । ଏହା କୌଣସି ଅଧିକାରୀ ବା କର୍ମଚାରୀଙ୍କ ପାଇଁ ନୁହେଁ ଏହା ଏକ ମିଳିତ କାଯ୍ୟପନ୍ଥା ଯାହାକୁ ଆଗକୁ ବଜାୟ ରଖିବି ବୋଲି ନିଜ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ନୂତନ ଡିଜି ସୁଧାଂଶୁ ଷଡ଼ଙ୍ଗୀ  ।

Leave a Reply

Your email address will not be published. Required fields are marked *