Pratidin TV

Odisha's Digital News Platform

ରାଜଧାନୀରେ ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳୁଛି ଆପାର୍ଟମେଣ୍ଟ

ଭୁବନେଶ୍ୱରରେ ଅଗ୍ନିକାଣ୍ଡ | ହୁତୁହୁତୁ ହୋଇ ଜଳି ଉଠୁଛି ଆପାର୍ଟମେଟ | ଭୁବନେଶ୍ୱର ଆପାର୍ଟମେଣ୍ଟ ସ୍ଥିତ ଏକ ଭୟଙ୍କର ଅଗ୍ନିକାଣ୍ଡ | ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ ଜାରି ରଖିଛି | ଏହି ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନାହିଁ |

ସୂଚନା ଅନୁଯାୟୀ, ପଟିଆ ଛକ ନିକଟରେ ଥିବା କେ.କେ ପ୍ଲାଜା ନାମକ ଆପାର୍ଟମେଣ୍ଟର ଅଷ୍ଟମ ମହଲାରେ ଥିବା ୫୦୮ ନଂ ଫ୍ଲାଟରୁ ସକାଳୁ ସକାଳୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। କିଛି ସମୟ ପରେ ଏହା ଚାରିଆଡ଼େ ବ୍ୟାପିବାକୁ ଲାଗିଲା। ଉକ୍ତ ଫ୍ଲାଟଟି ଦୀର୍ଘ ଦିନ ହେଲା ତାଲା ପଡ଼ିଥିବାରୁ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଲାଗିଥିବା ଅନୁମାନ କରାଯାଉଛି। ଘଟଣାର ସୂଚନା ପାଇ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି |

Leave a Reply

Your email address will not be published. Required fields are marked *