Pratidin TV

Odisha's Digital News Platform

ବାଣ ଗୋଦାମରେ ଲାଗିଲା ନିଆଁ, ଧୀରେ ଧୀରେ ବଢୁଛି ମୃତକଙ୍କ ସଂଖ୍ୟା..

1 min read

ବେଙ୍ଗାଲୁରୁ : ବାଣ ଗୋଦାମରେ ଘଟିଲା ବିସ୍ଫୋରଣ । ଦୀପାବଳି ପୂର୍ବରୁ ଘଟିଲା ଏଭଳି ଘଟଣା । ବେଙ୍ଗାଲୁର ବାଣ ଗୋଦାମ ରେ ଘଟିଛି ଏହି ଭୟଙ୍କର ଘଟଣା । ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ବେଙ୍ଗାଲୁର ହସୁର ଜାତୀୟ ରାଜପଥର ଅଟ୍ଟିବିଲେ ନିକଟରେ ଥିବା ବାଲାଜୀ କ୍ରାକର୍ସ ନାମକଏକ ବାଣ ଗୋଦାମରେ ବିସ୍ଫୋରଣ ହୋଇଛି । ଖବର ପାଇଁ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଟ୍ରକରେ ବାଣ ବୋଝେଇ ହେଉଥିବା ବେଳେ ଏହି ଘଟଣାଟି ଘଟିଥିଲା । ଉକ୍ତ ଟ୍ରକରୁ ଗୋଦାମକୁ ବ୍ୟାପି ଯାଇଥିଲା ନିଆଁ । ଅଘଟଣ ବେଳେ ମୃତକ ସେହିଠାରେ କାମ କରୁଥିଲେ । ଶନିବାର ଅପରାହ୍ନ୩ଟା ପାଖାପାଖି ନିଆଁ ଲାଗି ବିସ୍ଫୋରଣ ହୋଇଥିଲା ।

ଏନେଇ କର୍ଣ୍ଣାଟକ ସରକାରଙ୍କପକ୍ଷରୁ ମୃତକଙ୍କ ପରବିାରକୁ ୫ ଲକ୍ଷ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ଏଥିସହ ଘଟଣାସ୍ଥଳରେ ଉପମୁଖ୍ୟମନ୍ତ୍ରୀ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଘଟଣାର ତଦନ୍ତ ପାଇଁ ଏକ ଟିମ ଗଠନ କରାଯାଇଛି । ତେବେ ବିସ୍ଫୋରଣ ସମୟରେ ଗୋଦାମରେ ଆବଶ୍ୟକତା ଠାରୁ ଅଧିକ ବାଣ ଗଚ୍ଛିତ ଥିବା ଶୁଣିବାକୁ ମିଳିଛି । ଦୀପାବଳି ପାଇଁ ଗୋଟେ ଟ୍ରକରୁ ଗୋଦାମକୁ ବାଣ ଅନଲୋଡ ହେଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଏହି ସମୟରେ ପାଖାପାଖି ୨୦ଜଣ ଶ୍ରମିକ ଭିତରେ କାମ କରୁଥିଲେ । ନିଆଁ ଲାଗିବା ବେଳେ ୪ଜଣଙ୍କ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ବାକି ୧୬ଜଣ ଫସି ରହିଥିଲେ । ସେଥିରୁ ବର୍ତ୍ତମାନ ସୁଦ୍ଧା ୧୩ଜଣଙ୍କ ମୃତ୍ୟୁ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *