Pratidin TV

Odisha's Digital News Platform

କୁୱେତରେ ଭୟଙ୍କର ଅଗ୍ନିକାଣ୍ଡ , ମୃତ୍ୟୁ ସଂଖ୍ୟା ୪୯କୁ ବୃଦ୍ଧି ସେଥି ମଧ୍ୟରେ ଅଛନ୍ତି ୪୨ ଜଣ ଭାରତୀୟ

1 min read

କୁୱେତର ଦକ୍ଷିଣାଞ୍ଚଳରେ ଥିବା ଏକ ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ | ଏହି ଭୟଙ୍କର ଅଗ୍ନିକାଣ୍ଡରେ ୪୯ ଜଣ ପ୍ରାଣ ହରାଇଥିବା ବେଳେ ସେଥିରେ ୪୨ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଛି | ସେହିପରି ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ କୁହାଯାଉଛି। ଏହି ବିଲ୍ଡିଂରେ ଦେଶାନ୍ତରୀ ଶ୍ରମିକମାନେ ରହିଥାନ୍ତି | ଏହି କୋଠାରେ ପ୍ରାୟ ୧୬୦ ଜଣ ଶ୍ରମିକ ରହୁଥିଲେ। ସମସ୍ତେ ପ୍ରାୟ ଭାରତୀୟ।

ତେବେ ମୃତ ଭରତୀୟ ଶ୍ରମିକମାନଙ୍କର ବୟସ ୨୦ରୁ ୫୦ ବର୍ଷ ବୟସ ମଧ୍ୟରେ ଥିବା ସୂଚନା ମିଳୁଛି | ଏହା କୁୱେତ ଇତିହାସର ଭୟଙ୍କର ଅଗ୍ନିକାଣ୍ଡ | ଅନ୍ୟପଟେ ଏହି ଅଗ୍ନିକାଣ୍ଡ ଦୁର୍ଘଟଣା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କର କୁଏତ ପ୍ରତିପକ୍ଷ ଅଲ୍ଳୀ ଅଲ୍‌-ୟେହୟାଙ୍କ ସହ କଥା ହୋଇଛନ୍ତି।

ସୂଚନା ଅନୁଯାୟୀ, କୁୱେତର କୁୱେତର ଦକ୍ଷିଣପ୍ରାନ୍ତ ସ୍ଥିତ ଅହମଦୀର ମଙ୍ଗାଫରେ ସବୁଠାରୁ ବଡ଼ ନିର୍ମାଣ ସଂସ୍ଥା ଏନ୍‌ବିଟିସି ଗ୍ରୁପ୍‌ର ଏହି ୬ ମହଲା କୋଠା ଘରଟି ଶ୍ରମିକଙ୍କ ରହିବା ପାଇଁ ବ୍ୟବହାର କରାଯାଉଥିଲା। ବୁଧବାର ଏହି ୬ ମହଲା ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଚାହୁଁଚାହୁଁ ଏହି ନିଆଁ ପୂରା ବିଲ୍ଡିଂକୁ ବ୍ୟାପି ଯାଇଥିଲା। ମୃତକଙ୍କ ମଧ୍ୟରେ ୪୨ ଜଣ ଭାରତୀୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୧ ଜଣ କେରଳର ଥିବା ସୂଚନା ମିଳିଛି। ସେହିପରି ଅନ୍ୟ ମୃତକଙ୍କ ମଧ୍ୟରେ ପାକିସ୍ତାନ, ଫିଲିପାଇନ୍ସ, ଇଜିପ୍ଟ ଓ ନେପାଳର ନାଗରିକ ଥିବା କୁହାଯାଉଛି। ସେପଟେ ଏହି ଅଗ୍ନିକାଣ୍ଡ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି |

ମୃତ ଭାରତୀୟ ଶ୍ରମିକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି। ଏଥିସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଅଗ୍ନିକାଣ୍ଡରେ ଆହତ ହୋଇଥିବା ଲୋକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି।

Leave a Reply

Your email address will not be published. Required fields are marked *