Pratidin TV

Odisha's Digital News Platform

ଲୋକସେବା ଭବନରରେ ଲାଗିଲା ନିଆଁ , ଆୟତ୍ତ କଲା ଅଗ୍ନିଶମ ବିଭାଗ

ଭୁବନେଶ୍ୱର : ଲୋକସେବା ଭବନରେ ଅଗ୍ନିକାଣ୍ଡ । ଲୋକସେବା ଭବନର ରାଜସ୍ୱ ବିଭାଗ କୋଠାରେ ଲାଗିଛି ନିଆଁ । ତେବେ ନିଆଁ ଲାଗିଥିବା ଖବର ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁକୁ ଆୟତ୍ତ କରାଯାଇଛି । ଏହି ଅଗ୍ନିକାଣ୍ଡରେ ରାଜସ୍ୱ ବିଭାଗର ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ପୋଡି ଯାଇଥିବା ସୂଚନା ।

ତେବେ ଏସିର ସର୍ଟ ସର୍କିଟରୁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ତେବେ କେତେ କଣ କ୍ଷୟକ୍ଷତି ହୋଇଛି ତା ଆକଳନ ହୋଇ ନାହିଁ । ୨ଦିନ ହେଲାଣି ବନ୍ଦ ରହିଥିଲା ଲୋକସେବା ଭବନ । ମଙ୍ଗଳବାର ଦିନ ସକାଳ ସମୟରେ ହଠାତ ଲୋକସେବା ଭବନର ରାଜସ୍ୱ ବିଭାଗରେ ଅଗ୍ନିକାଣ୍ଡ ଲାଗିଥିବା ନେଇ ଜଣା ପଡିଛି । ଏହା ପରେ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *