Pratidin TV

Odisha's Digital News Platform

ଘଟିଲା ଅଦ୍ଭୁତ ଘଟଣା : ଲିମ୍ବ ଗଛରୁ ବାହାରୁଛି ନିଆଁ….

ଅନୁଗୁଳ : ବିଶ୍ୱାସ , ଅବିଶ୍ୱାସ ଓ ଅନ୍ଧ ବିଶ୍ୱାସ ଏ ତିନି ଗଳି ଭିତରେ ବାଟ ହଜାଇଛି ମଣିଷ । କିନ୍ତୁ କଣ କେବେ ଆଖି ଦେଖିଥିବା ଦୃଶ୍ୟ ମିଛ ହୋଇପାରେ । ଅନୁଗୁଳ ଜିଲ୍ଲାରେ ଘଟିଛି କିଛି ଅଦ୍ଭୁତ ଘଟଣା । ଯାହାକୁ ଆଖିରେ ଦେଖିଲେ ବି ବିଶ୍ୱାସ କରିପାରୁନାହନ୍ତି ଲୋକେ । ଅନୁଗୁଳ ସହରର ବଣିଆବାହାଳ ୯ ନମ୍ଵର୍ ୱାର୍ଡର ରାସ୍ତା କଡରେ ଥିବା ଏକ ଲିମ୍ବ ଗଛର ମଝିରୁ ହୁ ହୁ ହୋଇ ନିଆଁ ଜଳୁଥିବାର ଦେଖିବାକୁ ମିଳିଛି ।

ସୂଚନା ଅନୁଯାୟୀ ଗତକାଲି ରାତି ୯ ଘଟିକା ବେଳେ ଠାରୁ ଲିମ୍ବ ଗଛରେ ନିଆଁ ଲାଗୁଥିବାର ସ୍ଥାନୀୟ ବାସୀ ଦେଖି ଥିଲେ । ଏହା ଦେଖି ସ୍ଥାନୀୟ ଲୋକେ ଦମକଳ ବାହିନୀ କୁ ଖବର ଦେଇଥିଲେ। ଦମକଳ ବାହିନୀ ଆସି ନିଆଁ କୁ ଲିଭାଇ ଦେଇଥିଲେ । କିନ୍ତୁ ଲୋକମାନେ ଆଶ୍ଚର୍ଯ୍ୟ ଚକିତ ସେତେବେଳେ ହୋଇଥିଲେ ଯେତେବେଳେ ଆଜି ସକାଳେ ପୁଣି ସେହି ଲିମ୍ବ ଗଛରେ ନିଆଁ ଲାଗିଥିବାର ଦେଖିଥିଲେ । ଏହା ଦେଖିବା ପାଇଁ ଲୋକ ମାନଙ୍କର ପ୍ରବଳ ଭିଡ ଜମିଥିଲା । ଏହା ଦେଖି କିଛି ଲୋକ ଭଗବାନ ଙ୍କର ଏକ ଲୀଳା ବୋଲି ଭାବିଥିଲେ ଏବଂ ପୂଜାର୍ଚ୍ଚନା କରିଥିବା ସ୍ଥାନୀୟ ବାସୀ ପ୍ରକାଶ କରିଥିଲେ।

ଆଜି ସକାଳ ସମୟରେ ପୁଣି ଥରେ ଅନୁଗୋଳ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଲିଭାଇ ଥିବା ଜଣାପଡିଛି।ତେବେ ଏହି ନିଆଁ ଲାଗିବା ପଛର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । କାହିଁକି ହଠାତ୍ ଏଭଳି ଗଛ ମଝିରୁ ନିଆଁ ବାହାରିଲା ତାହାକୁ ନେଇ ସମୃକ୍ତ ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *