Pratidin TV

Odisha's Digital News Platform

କାର୍ଡବୋର୍ଡ ଗୋଦାମରେ ଅଗ୍ନିକାଣ୍ଡ , ଶୋଇଥିବା ବେଳେ ଚାଲିଗଲା ୨ ଜୀବନ

ନୂଆଦିଲ୍ଲୀ : ନୋଏଡାର କାର୍ଡବୋର୍ଡ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ । ଶୋଇଥିବା ସମୟରେ ଚାଲିଗଲା ଦୁଇ ଜଣଙ୍କ ଜୀବନ । ଉତରପ୍ରଦେଶର ନୋଏଡା ବିସରଖ ପୋଲିସ ଷ୍ଟେସନ ଅଧୀନରେ ଥିବା ମିଲକ ଲାଛି ଗାଁର ଏକ କାର୍ଡବୋର୍ଡ ଗୋଦାମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁ ଅତି ଶୀଘ୍ର ବ୍ୟାପିଗଲା । ଏହି କାରଣରୁ ସେଠାରେ ଉପସ୍ଥିତ ଥିବା ଲୋକମାନେ ଉଦ୍ଧାର ପାଇଁ ସମୟ ପାଇଲେ ନାହିଁ । ଏହି ଅଗ୍ନିକାଣ୍ଡରେ ଦୁଇ ଜଣ ଫସି ରହିଥିଲେ । ଗୁରୁତର ଅମସ୍ଥାରେ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ସେଠାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ନୋଏଡା ଅଂଚଳରେ ଅଗ୍ନିକାଣ୍ଡ ସମ୍ପର୍କରେ ଜଣେ ପୋଲିସ କର୍ମଚାରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଅଗ୍ନି ଟେଣ୍ଡର ଘଟଣାସ୍ଥଳରେ ପହଂଛି ନିଆଁକୁ ଆୟତ କରିଥିଲା । ବିସ୍ରାକ ପୋଲିସ ଷ୍ଟେସନର ଇନ୍ସପେକ୍ଟର ଅନିଲ କୁମାର ସିଂ କହିଛନ୍ତି ଯେ ଶୁକ୍ରବାର ସକାଳେ ମିଲକ ଲାଛି ଗ୍ରାମରେ ଥିବା ଏକ କାର୍ଡବୋର୍ଡ ଗୋଦାମରେ ନିଆଁ ଲାଗିଥିବା ପୋଲିସ ନିୟନ୍ତ୍ରଣ କକ୍ଷରେ ସୂଚନା ମିଳିଛି । ସେ କହିଛନ୍ତି ଯେ ସୂଚନା ଆଧାରରେ ଅଗ୍ନିଶମ ବିଭାଗର କର୍ମଚାରୀ ଏବଂ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ ।

ଅନୀଲ କୁମାର ସିଂ କହିଛନ୍ତି ଯେ ସେଠାରେ ଶୋଇଥିବା ବାବୁରାମ ଏବଂ ଅବନୀଶ କାର୍ଡବୋର୍ଡ ଗୋଡାଉନରେ ନିଆଁ ଲାଗିବା କାରଣରୁ ଅତ୍ୟଧିକ ଜଳି ଯାଇଥିଲେ । ଉଭୟଙ୍କୁ ବିସ୍ରାଖର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ସେମାନଙ୍କୁ ମୃତ ଘୋଷଣା କରିଥିଲେ । ସିଂଙ୍କ କହିବାନୁସାରେ, ପୋଲିସ ଉଭୟ ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି ଏବଂ ନିଆଁ ଲାଗିବାର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *