Pratidin TV

Odisha's Digital News Platform

(ଭିଡିଓ)ଜଳୁଛି ଜଙ୍ଗଲ , ବଢୁଛି ବିପଦ : ସଙ୍କଟରେ ବନ୍ୟପ୍ରାଣୀ

1 min read

ଭଞ୍ଜନଗର : ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ । ଖରା ତାତି ସାଙ୍ଗକୁ ଜଙ୍ଗଲ ପୋଡି ଧୂଆଁ ଜନଜୀବନକୁ କଲବଲ କରୁଛି । ଗଂଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ବନାଞ୍ଚଳ ଅଧୀନରେ ଥିବା ବାଇବାଲି, ବିରିକୋଟ, ରମ୍ଭାପଲି, ଦୁର୍ଗାପ୍ରସାଦ ବିଟ୍ ଅଧିନରେ ଥିବା ଅଧିକାଂଶ ଜଙ୍ଗଲରେ ଦିନରାତି ଜଳୁଛି ଜଙ୍ଗଲ । ନିଆଁକୁ ଆୟତ୍ତ କରିବା ଲାଗି ବନବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଛି।

Advertisement

ଅନେକ ସ୍ଥାନରେ ନିଆଁକୁ ଆୟତ୍ତ କରାଯାଇ ଥିବାବେଳେ ବହୁସ୍ଥାନରେ ଏବେବି ନିଆଁ ଲାଗିଛି । ବର୍ତ୍ତମାନ ପାହାଡରୁ ପାହାଡ ନିଆଁ ବ୍ୟାପୁଥିବାରୁ ନିଆଁ ଲିଭାଇବା ବନ ବିଭାଗ ପାଇଁ କଷ୍ଟ କର ହୋଇ ପଡିଛି । ଜଙ୍ଗଲ ପୋଡ଼ିଯୋଗୁଁ ଗାଁଠୁ ସହର ଧୂଆଁମୟ ହୋଇଯାଇଛି । ବନ୍ୟ ପ୍ରାଣୀମାନଙ୍କ ଜୀବନ ବିପଦରେ ରହିଥିବାରୁ ଗାଁମୁହାଁ ହେଉଛନ୍ତି ହାତୀ ଓ କୃଷ୍ଣସାରମୃଗ । ଘରୁ ବାହାରକୁ ବାହାରିଲେ ଜନଜୀବନ ଅସ୍ତବ୍ୟସ୍ତ ହେଉଛି। ତୁରନ୍ତ ବନବିଭାଗ ଜଙ୍ଗଲନିଆଁ କୁ ଆୟତନ କଲେ ସ୍ଥିତିଅଣାୟତ୍ତ ହେବାର ଆଶଙ୍କା ରହିଛି।

ଅନ୍ୟପଟେ ନିଆଁଲିଭାଇବା ପାଇଁ ଏକ ସ୍ଵତନ୍ତ୍ରଟିମ୍ ଗଠନ କରାଯାଇ ନିଆଁଲିଭା ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ବନସୁରକ୍ଷା ସମିତି ଗଠନ କରାଯାଇ ଲୋକଙ୍କୁ ନିଆଁ ନଲଗାଇବା ପାଇଁ ସଚେତନ କରାଯାଇଛି । ବହୁ ସ୍ଥାନରେ ନିଆକୁ ଆୟତ କରାଯାଇଥିବା କହିଛନ୍ତି ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ।

Leave a Reply

Your email address will not be published. Required fields are marked *