Pratidin TV

Odisha's Digital News Platform

ଗ୍ରୀନ କ୍ରାକର୍ସ ବିକ୍ରୀ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିପକୋର୍ଟ…

1 min read



ନୂଆଦିଲ୍ଲୀ: ଆଗକୁ ଆସୁଛି ଦୀପାବଳୀ । ସବୁଥର ପରି ଏଥର ମଧ୍ୟ ଚାରିଆଡେ ଦୀପାବଳୀ ପର୍ବ ପାଳନ ହେବ । ହେଲେ ଚଳିତ ବର୍ଷ ଦିଲ୍ଲୀରେ ଗ୍ରୀନ୍ ଦିୱାଲୀ ପାଳନ ହେବ । କାରଣ ଦୀପାବଳି ପର୍ବ ପାଳନକୁ ନେଇ ସୁପ୍ରିମ କୋର୍ଟରୁ ଆସିଲା ରାୟ । ଦୀପାବଳୀ ଅବସରରେ ଦିଲ୍ଲୀରେ ଫାୟାରକ୍ରାକର୍ସ ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସୁପ୍ରମ କୋର୍ଟ ସ୍ପଷ୍ଟ କରିଛନ୍ତି । ଦେଶରେ ବେରିୟମ ଯୁକ୍ତ ଗ୍ରୀନ କ୍ରାକର୍ସ ତିଆରି କରିବା ନେଇ ମଞ୍ଜୁରୀ ଦେବାକୁ ମନା କରିଦେଇଛନ୍ତି । ବାଣ କମ୍ ପ୍ରଦୂଷଣ ବୋଲି ଦାବି କରି ବାଣ ପ୍ରସ୍ତୁତ ଏବଂ ବିକ୍ରି ନେଇ କେନ୍ଦ୍ର ସରକାର ପକ୍ଷରୁ ସୁପ୍ରମ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ସୁପ୍ରିମ କୋର୍ଟ ଏହାକୁ ଖାରଜ କରି ଦେଇଛନ୍ତି । ଦୀପାବଳୀ ପୂର୍ବରୁ ଦିଲ୍ଲୀରେ ଫାୟାରର୍ଫ୍ରାକର ବିକ୍ରି କରିବା ନେଇ ମଧ୍ୟ ସୁପ୍ରମକୋର୍ଟ ପକ୍ଷରୁ ବାରଣ କରାଯାଇଛି । କୋର୍ଟ କହିଛନ୍ତି,ଯେ ୨୦୧୮ରେ ଲାଗିଥିବା କଟକଣାକୁ ସବୁ ଅଧିକାରୀ ବିଧିବଦ୍ଧ ଭାବରେ ଲାଗୁ କରିବେ । ଦିଲ୍ଲୀ ଭଳି ବହୁ ରାଜ୍ୟ ଯେଉଁଠି ବାଣ ବ୍ୟାନ୍ ରହିଛି, ସେହି ନିର୍ଦେଶରେ ମଧ୍ୟ କେହି ହସ୍ତକ୍ଷେପ କରିବେ ନାହିଁ ।


ଦେଶର ଅନ୍ୟ ରାଜ୍ୟ ଗୁଡିକରେ ଗ୍ରୀନ କ୍ରାକର୍ସ ବ୍ୟବହାର କରାଯାଇ ପାରିବ । କିନ୍ତୁ ଯେଉଁ ରାଜ୍ୟ ଗୁଡିକରେ ଏହାକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଛି ସେଠାରେ ଗ୍ରୀନ କାକର୍ସ ହେଉ କିମ୍ବା ଅନ୍ୟ କୈାଣସି ସାମଗ୍ରୀ କୁ ଅନୁମତି ମିଳିବ ନାହିଁ । ଜଷ୍ଟିସ ସେ୍ ବୋପନ୍ନା କହିଛନ୍ତି ଯେ ଆମେ କେବଳ ହାପି ଦିୱାଲି’ କହିପାରିବା । ତେବେ ଦିଲ୍ଲୀ-ଏନ୍ସିଆରକୁ ଛାଡି ଦେଶର ବାକି ସ୍ଥାନରେ ଗ୍ରୀନ କ୍ରାକର୍ସକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ଯଦି ସବୁ ବାଣ ବିଷୟରେ କଥା ହେବା ତେବେ ବାଣରେ ବେରିୟମ୍ ବ୍ୟବହାର ଉପରେ ରୋକ ଲଗାଯିବ ।

Advertisement


ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିଛନ୍ତି ଯେ ସବୁଜ କିମ୍ବା ସାଧାରଣ ହେଉ ଦିଲ୍ଲୀରେ ସମସ୍ତ ପ୍ରକାର ଫାୟାରକ୍ରାକ୍ ଉପରେ ନିଷେଧାଦେଶ ଦିଆଯାଇଛି । ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କୋର୍ଟଙ୍କୁ କହିଛନ୍ତି ଯେ ୨୦୧୬ ପରଠାରୁ ଦିଲ୍ଲୀ ପୋଲିସ ବାଣ ପ୍ରସ୍ତୁତ ପାଇଁ କୈାଣସି ସ୍ଥାୟୀ ଲାଇସେନ୍ସ ପ୍ରଦାନ କରି ନାହିଁ । ଏଥିସହ ସେ କୋର୍ଟଙ୍କୁ କହିଛନ୍ତି ଯେ ସମସ୍ତ ସ୍ଥାୟୀ ଆତସବାଜି ଉତ୍ପାଦନ ଲାଇସେନ୍ସ ବାତିଲ କରାଯାଇଛି ଏବଂ ପୋଲିସ ଲାଇସେନ୍ସଧାରୀଙ୍କ ସମସ୍ତ ପରିସର ଯାଞ୍ଚ କରିବ ।

Leave a Reply

Your email address will not be published. Required fields are marked *