Pratidin TV

Odisha's Digital News Platform

ଟୋଲ୍‌ ପ୍ଲାଜାରେ ବନ୍ଧୁକଧାରୀଙ୍କ ଆତଙ୍କ…ଡରରେ ଛାନିଆ ହୋଇ କୂଅକୁ ଡେଇଁପଡ଼ିଲେ କର୍ମଚାରୀ

1 min read

ମଧ୍ୟପ୍ରଦେଶର ଡାଟିଆରେ ଦୁର୍ବୁତ୍ତମାନେ ପୁଣି ଥରେ କରିଦେଇଛନ୍ତି ପ୍ରମାଣ | କାଉଣ୍ଟର ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ | ଟୋଲ ପ୍ଲାଜାରେ କର୍ମଚାରୀଙ୍କୁ ନିର୍ଧୁମ ମାରିଛନ୍ତି ମାଡ଼ | ଭୟରେ କୂଅକୁ ଡେଇଁ ପଡିଲେ ୨ କର୍ମଚାରୀ | ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ଡଗରଇ ଟୋଲ ପ୍ଲାଜା ନିକଟରେ |

ଆତଙ୍କିତ ଦୁର୍ବୁତମାନେ ଟୋଲ ପ୍ଲାଜରେ ହଇଚଇ ସୃଷ୍ଟି କରିଥିଲେ | ତେବେ ସୂଚନା ମୁତାବକ, ମଧ୍ୟପ୍ରଦେଶର ଜାତୀୟ ରାଜପଥ-୪୪ରେ ଥିବା ଡଗରଇ ଟୋଲ ପ୍ଲାଜାରେ ମଙ୍ଗଳବାର ବିଳମ୍ବିତ ରାତିରେ ବାଇକ୍‌ରେ ଆସି ୪ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଆସି ଆତଙ୍କ ଖେଳାଇଛନ୍ତି। ଏହାର ଭିଡିଓ ସିସିଟିଭିରେ ହୋଇଛି କଏଦ୍‌ ।

Advertisement

ସିସିଟିଭି ଫୁଟେଜ ଅନୁସାରେ, ହାତରେ ବନ୍ଧୁକ ଧରି ଗୁଳିମାଡ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଟୋଲ କାଉଣ୍ଟରର କବାଟକୁ ଲାତ ମାରିବା ସହ କିଛି ଲୋକେ ବୁଥ ଭିତରକୁ ମଧ୍ୟ ପ୍ରବେଶ କରିଥିଲେ । ଏଥିସହ ଟୋଲ ପ୍ଲାଜର କର୍ମଚାରୀଙ୍କୁ ମାଡ ମାରିଥିଲେ ।

କେବଳ ଏତିକି ନୁହେଁ ଦୁର୍ବୃତ୍ତମାନେ ୨୦ରୁ ୩୦ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିବା ପରେ ଭୟରେ ଟୋଲ ପ୍ଲାଜାର କର୍ମଚାରୀରେ ଜୀବନ ବଞ୍ଚାଇବାକୁ ଯାଇ କୂଅକୁ ଡେଇଁ ପଡିଥିଲେ। ଫଳରେ ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା । ବୁଧବାର ଦିନ ଉଭୟଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରାଯାଇଥିଲା ।

ସୂଚନାନୁସାରେ, ଦୁର୍ବୃତ୍ତମାନେ ଟୋଲ ପ୍ଲାଜାରୁ ଟ୍ରକ-ଡମ୍ପରଗୁଡ଼ିକୁ ମାଗଣାରେ ବାହାର କରି ସେମାନଙ୍କ ମାଲିକଙ୍କଠାରୁ ଟଙ୍କା ସଂଗ୍ରହ କରୁଥିଲେ। ଯେତେବେଳେ ନୂତନ କମ୍ପାନୀ ଏହି ଟୋଲ୍ ଦାୟିତ୍ୱ ଗ୍ରହଣ କଲା, ସେତେବେଳେ ଯାନବାହାନକୁ ମାଗଣାରେ ଯିବାକୁ ଅନୁମତି ଦିଆଗଲା ନାହିଁ। ନୂତନ କଣ୍ଟ୍ରାକ୍ଟର ଗାଡିକୁ ମାଗଣାରେ ଛାଡିବାକୁ ମନା କରି ଦେଇଥିଲେ। ଏହାକୁ ନେଇ ଏହି ଘଟଣା ଘଟିଥିବା କୁହାଯାଉଛି। ତେବେ ପୋଲିସ ତଦନ୍ତ ଆରମ୍ବ କରିଛି | ଏବଂ ସିସିଟିଭ ଫୁଟେଜ ସାହାଯ୍ୟରେ ସେମାନଙ୍କୁ ଚିହ୍ନିବା ପାଇଁ ଉଦ୍ୟମ ଚଳାଇଛି |

Leave a Reply

Your email address will not be published. Required fields are marked *