Pratidin TV

Odisha's Digital News Platform

ପୂରା ଫିଲ୍ମି ସିନ୍‌; ବାଇକରୁ ଓହ୍ଲାଇ ପ୍ରେମିକାକୁ ଗୁଳି କରି ନିଜେ ଜୀବନ ହାରିଲା ପ୍ରେମିକ

1 min read

ପାଟନା : ବିଚ୍ ରାସ୍ତାରେ ପ୍ରେମିକର ଉନ୍ମୁକ୍ତ କାଣ୍ଡ । ଫିଲ୍ମ ଷ୍ଟାଇଲରେ ଆସିଲେ ଆଉ ଘଟାଇ ଦେଲେ ଜଘନ୍ୟ କାଣ୍ଡ । କିଏ କିଛି ଜାଣିବା ଆଗରୁ ଦିନ ଦ୍ୱିପ୍ରହରେ ମାର୍କେଟରେ ଶୁଭିଲା ୨ଟି ଗୁଳି । ଏଭଳି ଗଟଣା ଦେଖିବାକୁ ମିଳିଛି ମସୌଢି ସ୍ଥିତ ତାରେଗନା ଗ୍ରାମରେ । ନିଜ ପ୍ରେମିକାକୁ ଗୁଳି କରିଲା ପ୍ରେମିକ ତା ପରେ ସମସ୍ତଙ୍କ ସମ୍ନାରେ ନିଜ ମୁଣ୍ଡ ବନ୍ଧୁକ ଲଗାଇ ହାରିଦେଲା ଜୀବନ । ତେବେ ହଠାତ ଗୁଳି ମାଡର ଶବ୍ଦ ଶୁଣି ଭୟଭୀତ ହୋଇପଡିଥିଲେ ଆଖାପାଖରେ ରହୁଥିବା ଲୋକ । ଅଞ୍ଚଳରେ ହଠାତ୍ ଖେଳିଯାଇଥିଲା ଭୟର ବାତାବରଣ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିବା ବେଳେ ସ୍ଥାନୀୟଲେକାଙ୍କୁ ଆରମ୍ଭ କରିଥିଲା ପଚରାଉଚୁରା । ସୂଚନା ମୁତାବକ ପ୍ରଥମେ ଜଣେ ଯୁବକ ମାର୍କେଟ ଆସି ଜଣେ ଯୁବତୀଙ୍କ ଉପରକୁ ଗୁଳିମାଡ କରିଥିଲେ । ରାସ୍ତା ଉପରେ ପଡି ଯୁବତୀ ଛଟପଟ ହେଉଥିବା ବେଳେ ଆଉ ଏକ ଗୁଳି ଫୁଟିଥିଲ । ହେଲେ କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ନିଜ ମୁଣ୍ଡରେ ବନ୍ଧୁକ ରଖି ଏଭଳି କାଣ୍ଡ ଭିଆଇ ଥିଲେ ।

ଏହାପରେ ସ୍ଥାନୀୟ ବାସୀ ସେମାନଙ୍କୁ ଉଦ୍ଧାର କରି ସାଙ୍ଗେ ସାଙ୍ଗେ ଡାକ୍ତରଖାନା ପଠାଇଥିଲେ । ତେବେ ହସ୍ପିଟାଲ ଯବିା ରାସ୍ତାରେ ହିଁ ଗୁଳିକାଣ୍ଡ କରିଥିବା ଯୁବକର ମୃତ୍ୟୁ ହୋଇ ଯାଇଥିଲା । ତେବେ ବର୍ତ୍ତମାନ ଯୁବତୀଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କର ଉଚ୍ଚ ଚିିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ଏହା ପ୍ରେମଜନିତ ବ୍ୟପାର ହୋଇଥିବା ସନ୍ଦେହ କରୁଛି ପୋଲିସ ।ସଂପୃକ୍ତି ଙ୍କ ହୋସ ଆସିବା ପରେ ସମସ୍ତ ସତ ପଦାକୁ ଆସିବ ବୋଲି ପୋଲିସ କହିଛି ।

Advertisement

Leave a Reply

Your email address will not be published. Required fields are marked *