Pratidin TV

Odisha's Digital News Platform

ବିଚ ବଜାରରେ ହେଲା ଫାୟାରିଂ…ଭାଇରାଲ ହେଲା ସିସିସିଟିଭ ଫୁଟେଜ

1 min read

ଦେଶରେ ଅପରାଧ ବଢ଼ିବାରେ ଲାଗିଛି ଏବଂ ଆଇନ ପ୍ରତି ଡର କମିବାରେ ଲାଗିଛି | ଏପରି କ୍ରୋଧ ଆଉ ଶତ୍ରୁତା ପାଇଁ ଜଣେ ମଣିଷ ଆଉ ଜଣେ ମଣିଷର ନେଇଯାଉଛି ଜୀବନ | ଏବଂ ଭାରତର ଦିଲ୍ଲୀ କ୍ୟାପିଟାଲ ହେବା ସହ ଅପରାଧର ମଧ୍ୟ କ୍ୟାପିଟାଲ ଦିଲ୍ଲୀ |ତେବେ ଏପରି ସହରରେ ଜନଗହଳିପୂର୍ଣ୍ଣ ସହର ଦିନ ଦ୍ବିପହରରେ ଘଟିଯାଇଛି ଆଶ୍ଚର୍ଯ୍ୟଜନକ ଘଟଣା | ଦିଲ୍ଲୀର ସେଲାମପୁର ଅଞ୍ଚଳରେ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ବିଚ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଟାର୍ଗେଟ କରି ଜଣେ ଯୁବକ ଗୁଳି କରି ହେଲା ଫେରାର | ଯାହାର ଘଟଣାରେ ସିସିଟିଭିରେ ହୋଇଥିଲା ରେକର୍ଡ |

ସିସିଟିଭିରେ ଦେଖିବାକୁ ମିଳିଥିଲା ଯେ, ଅଭିଯୁକ୍ତ ଯୁବକ ଜଣକ ଶାହନବାଜଙ୍କ ପିଛା କରି କରି ସଲିମପୁର ମାର୍କେଟରେ ପହଞ୍ଚିଥିଲେ। ଏହାପରେ ସୁଯୋଗ ଦେଖି ଅତି ପାଖରୁ ସେ ତାଙ୍କ ମୁଣ୍ଡକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ବ୍ୟକ୍ତିଜଣକ ବେହୋସ ହୋଇ ତଳେ ପଡ଼ିଯିବାରୁ ଅଭିଯୁକ୍ତ ଜଣକ ତୁରନ୍ତ ଘଟଣାସ୍ଥଳରୁ ଖସି ପଳାଇବାର ଦେଖିବାକକୁ ମିଳିଥିଲା ।

ତେବେ ଆହତ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଶାହନବାଜ ଏବଂ ସେ ଜଣେ ଶ୍ରମିକ ବୋଲି ଜଣାଯାଇଛି। ବିଚ ରାସ୍ତାରେ ଗୁଳି ଚଳାଇବାର ପୁରା ଘଟଣା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଗୁରୁତର ଶାହନାୱାଜଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ LNJP ଡାକ୍ତରଖାନାକୁ ରେଫର୍ କରାଯାଇଥିଲା। ଯେଉଁଠାରେ ତାଙ୍କର ଅବସ୍ଥା ସ୍ଥିର ରହିଛି |

ଘଟଣା ଘଟିବା ପରେ ପୋଲିସ୍କୁ କଲ କରାଯାଇଥିଲା | ପୋଲିସ ଘଟଣାସ୍ଥଳରୁ ୭.୬୫ ମିଲିମିଟର ଗୁଳି ଜବତ କରିଛି ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିବା ପରେ ସିସିଟିଭି ଉଦ୍ଧାର କରାଯାଇଥିଲା । ଏହା ଗତ ଶୁକ୍ରବାର ଦିନ ପ୍ରାୟ ୧୧ଟା ୩0 ସମୟରେ ଘଟିଥିଲା | ତେବେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଥିବା ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *