ଓଢଣିରେ ମୁହଁ ଘୋଡାଇ ଡାକ୍ତରଖାନରେ ଉପଜିଲ୍ଲାପାଳ….ଦେଖି ଛାନିଆ ହୋଇଗଲେ ଡାକ୍ତର
1 min readଏବେ ହେଡଲାଇନରେ ୟୁପି ଫିରୋଜବାଦର ଉପଜିଲ୍ଲାପାଳ କୃତି ରାଜ | ଗତ ସୋମବାର ଦିନ ଏକ ସରକାରୀ ଡାକ୍ତରଖାନାକୁ ଗୁପ୍ତରେ ଯାଇ ଯାଞ୍ଚ କରିଥିଲେ | ଯେଉଁଠାରେ ସେ ବହୁତ ଅଭାବ ଅସୁବିଧା ଦେଖିବକୁ ପାଇଥିଲେ | ଯାଞ୍ଚ ସମୟରେ ଉପାଜିଲ୍ଲପାଳ ମୁଣ୍ଡରେ ଓଢଣୀ ଦେଇ ରୋଗୀ ଭାବରେ ଛଦ୍ମଵେଶ ଧାରଣ କରି ଡାକ୍ତରଖାନାରେ ପହଞ୍ଚିଥିଲେ | ତାଙ୍କର ଏହି ଛଦ୍ମବେଶ ଭିଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି |
ତେବେ ସୂଚନା ମୁତାବକ, ଉପଜିଲ୍ଲାପାଳ କୃତି ରାଜଙ୍କ ଅନୁଯାୟୀ ତାଙ୍କ ଅଧୀନରେ ଥିବା ସରକାରୀ ହସ୍ପିଟାଲରେ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳୁ ନ ଥିବା ନେଇ ଦୀର୍ଘ ଦିନ ହେଲା ତାଙ୍କ ନିକଟରେ ଅଭିଯୋଗ ହେଉଥିଲା। ଏପରିକି କୁକୁର କାମୁଡ଼ା ଇଞ୍ଜେକସନ ପାଇଁ ଆସୁଥିବା ରୋଗୀଙ୍କ ସହ ଉଚିତ ବ୍ୟବହାର ପ୍ରଦର୍ଶନ କରାଯାଉ ନ ଥିବା ବି ଅଭିଯୋଗ ହେଉଥିଲା। ଏବଂ ରୋଗୀ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଛିଡ଼ା ହେଉଥିବା ବେଳେ ପାଇ ପାରୁ ନାହାନ୍ତି ଉପଯୁକ୍ତ ସ୍ୱାସ୍ଥ୍ୟସେବା। ଡାକ୍ତର ରୋଗୀଙ୍କୁ ଉଚିତ ବ୍ୟବହାର ପ୍ରଦର୍ଶନ କରୁ ନ ଥିବା ବେଳେ ଡାକ୍ତରଖାନାରେ ଅଧିକାଂଶ କର୍ମଚାରୀ ଉପସ୍ଥିତ ରହହୁ ନାହାନ୍ତି।
ତେଣୁ ଏପରି ବାରମ୍ବାର ଅଭିଯୋଗ ପରେ କେହି ନ ଚିହ୍ନି ନ ପାରିବା ପାଇଁ ସେ ମୁଣ୍ଡରେ ଓଢ଼ଣୀ ଟାଣି ଟିକେଟ କାଟି ଲାଇନ୍ରେ ଛିଡ଼ା ହୋଇଥିଲେ। ବହୁ ସମୟ ଅପେକ୍ଷା ପରେ ଡାକ୍ତରଙ୍କ ପାଖକୁ ଯାଇଥିବା ବେଳେ ତାଙ୍କଠୁ ଉଚିତ ବ୍ୟବହାର ପାଇ ପାରି ନ ଥିଲେ। ଏହାପରେ ରେଜିଷ୍ଟର ଯାଞ୍ଚ କରିବାରୁ ବହୁ କର୍ମଚାରୀଙ୍କ ଦସ୍ତଖତ ଥିବା ବେଳେ ସେମାନଙ୍କ ଦେଖା ନ ଥିଲା।
ପରବର୍ତ୍ତୀ ସମୟରେ ଯେତେବେଳେ ସେ ନିଜକୁ କର୍ମଚାରୀଙ୍କ ସହ ପରିଚିତ କରାଇଥିଲେ ସେତେବେଳେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଯାଇଥିଲା | ସମସ୍ତ ଡକ୍ତରଖାନା କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା ଏବଂ ସେମାନେ SDM ଅଧିକାରୀ କ୍ରିଟିଙ୍କୁ ସ୍ପଷ୍ଟୀକରଣ ଦେବା ଆରମ୍ଭ କରିଦେଇଥିଲେ | ତେବେ ବର୍ତ୍ତମାନ ଡାକ୍ତରଖାନରେ ଅବହେଳା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ କୃତି ରାଜ କହିଛନ୍ତି |