Pratidin TV

Odisha's Digital News Platform

ଆଲମଦାଦ୍ କେୟାର ଫାଉଣ୍ଡେସନ ତରଫରୁ କଟକରେ ପ୍ରଥମଥର ପାଇଁ ଆରମ୍ଭ ହେଲା ସର୍ଭାଇକାଲ୍ କ୍ୟାନ୍ସର ଭ୍ୟାକ୍ସିନ୍

1 min read

ବଜାରକୁ ଆସିଲା ସର୍ଭାଇକାଲ୍ କ୍ୟାନ୍ସର ଭ୍ୟାକ୍ସିନ୍ । ବିଶେଷ କରି ମହିଳା ମାନଙ୍କ କ୍ଷେତ୍ରରେ ସର୍ଭାଇକାଲ୍ କ୍ୟାନ୍ସର ଅଧିକା ପରିମାଣରେ ଦେଖା ଦେଉଛି । ତାହାକୁ କିଭଳି ରୋକାଯାଇପାରିବ ସେ ନେଇ ଆଲମଦାଦ୍ କେୟାର ଫାଉଣ୍ଡେସନ ତରଫରୁ କଟକରେ ପ୍ରଥମଥର କରି ଆରମ୍ଭ ହେଲା ସର୍ଭାଇକାଲ୍ କ୍ୟାନ୍ସର vaccination Drive । ଏହି vaccination Drive ରେ ୮୫ ଜଣଙ୍କୁ ଦିଆଯାଉଛି ଭ୍ୟାକ୍ସିନ୍ । ଯେଉଁଥିରେ ୩୦ ଜଣଙ୍କୁ ଯୋଗାଇ ଦିଆଯାଉଛି ମାଗଣା ଭ୍ୟାକ୍ସିନ୍ । ସେହିଭଳି ଅନ୍ୟମାନଙ୍କୁ ୧୪୦୦ ଟଙ୍କାରେ ଏହି ଡୋଜ୍ ଯୋଗାଇ ଦିଆଯାଉଛି ଯାହାର ମୂଲ୍ୟ ରହିଛି ୨୦୦୦ ଟଙ୍କା । ତେବେ ଏହି ଭ୍ୟାକ୍ସିନ୍ ର ବୟସ ସୀମାକୁ ଦୁଇଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ୯ ବର୍ଷରୁ ୧୪ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କୁ ଦୁଇଟି ଡୋଜ୍ ଦିଆଯାଉଥିବା ବେଳେ ୧୪ ବର୍ଷରୁ ୨୬ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ବିଶେଷଙ୍କୁ ତିନୋଟି ଲେଖାଏଁ ଡୋଜ୍ ଦିଆଯାଉଛି । ଆଲମଦାଦ୍ କେୟାର ଫାଉଣ୍ଡେସନ ର ଏହି ପ୍ରୟାସ ଦ୍ବାରା ବହୁ ଜନସାଧାରଣ ସଚେତନ ହେବା ସହ ଉପକୃତ ହେବେ ।

Advertisement

Leave a Reply

Your email address will not be published. Required fields are marked *