Pratidin TV

Odisha's Digital News Platform

ହାମାସ ସହ-ପ୍ରତିଷ୍ଠାତା ଅବଦେଲ ଅଜିଜ ଅଲ-ରାଣ୍ଟିସିଙ୍କ ପତ୍ନୀଙ୍କୁ ହତ୍ୟା କରିଛି ଇସ୍ରାଏଲ୍…

1 min read

ଇସ୍ରାଏଲ ହାମାସ ମଧ୍ୟରେ ଭୟଙ୍କର ଯୁଦ୍ଧ ଲାଗିରହିଛି । ଗାଜା ହସ୍ପିଟାଲ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୫୦୦ରୁ ଉର୍ଦ୍ଧ ହୋଇଥିଲା । ଏହି ଆକ୍ରମଣ ପାଇଁ ହାମାସ ଇସ୍ରାଏଲକୁ ଦାୟୀ କରିଥିବା ବେଳେ ଇସ୍ରାଏଲ ଏହାକୁ ଖଣ୍ଡନ କରିଥିଲା । ଇସ୍ରାଏଲ କହିଥିଲା ହସ୍ପିଟାଲ ଆକ୍ରମଣ ପଛରେ ଯେ ଷଡଯନ୍ତ୍ରକାରୀ ହାମାସର ହାତ ରହିଛି ବୋଲି । ସେପଟେ ହସ୍ପିଟାଲ ଆକ୍ରମଣ ପରେ ବହୁ ଦେଶ ସମବେଦନା ଜଣାଇଥିଲେ । ଏହା ଭିତରେ ବାଇଡେନ ଏବଂ ଋଷି ସୁନକ ମଧ୍ୟ ଇସ୍ରାଏଲ ଗ୍ରସ୍ତ କରି ପ୍ରଧାନନ୍ତ୍ରୀ ନେତାନ୍ୟାହୁଙ୍କୁ ସମର୍ଥନ ଜଣାଇଥିଲେ । ସେହିପରି ବର୍ତ୍ତମାନ ଦୁଇଦେଶ ପରସ୍ପରକୁ ଆକ୍ରମଣ ଜାରି ରଖିଛନ୍ତି । ଗାଜାପଟ୍ଟିରେ ହେଉଛି ଘନ ଘନ ଏୟାରଷ୍ଟ୍ରାଇକ । ଧ୍ୱଂସ ହେଲାଣୀ ଅନେକ ସ୍ଥାନ ଏବଂ ସୃଷ୍ଟି ହୋଇଛି ହାହାକାର ପରିସ୍ଥିତି । ଅକ୍ଟୋବର ୭ ରେ ଆରମ୍ଭ ହୋଇଥିବା ଇସ୍ରାଏଲ୍‌-ହାମାସ୍ ଯୁଦ୍ଧ ଶମିବାର ନାଁ ନେଉ ନାହିଁ ବୋଲି ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବୁଧବାର କହିଛି ଯେ ଗତ ୧୧ ଦିନ ମଧ୍ୟରେ ୩,୪୭୮ ପାଲେଷ୍ଟାଇନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧୨,୦୦୦ ରୁ ଅଧିକ ଆହତ ହୋଇଛନ୍ତି । ଆଉ ଏହାରୀ ମଧ୍ୟରେ ଏକ ଖବର ସାମ୍ନାକୁ ଆସିଛି ଯେ ଗାଜା ଷ୍ଟ୍ରିପରେ ହାମାସର ଜଣେ ବରିଷ୍ଠ ମହିଳାଙ୍କୁ ହତ୍ୟା କରିଛି ଇସ୍ରାଏଲ୍ । ଇସ୍ରାଏଲ୍ ଆକ୍ରମଣରେ ହାମାସର ରାଜନୈତିକ ବ୍ୟୁରୋର ବରିଷ୍ଠ ସଦସ୍ୟ ଜାମିଲା ଅଲ-ଶାନ୍ତିଙ୍କର ମୃତ୍ୟୁ ଘଟିଛି । ଗାଜାରେ ହାମାସ ସହ ଜଡିତ ଗଣମାଧ୍ୟମକୁ ଦର୍ଶାଇ ଇସ୍ରାଏଲ୍ କହିଛି ଯେ ହାମାସର ସହ-ପ୍ରତିଷ୍ଠାତା ଅବଦେଲ ଅଜିଜ୍ ଅଲ-ରାଣ୍ଟିସିଙ୍କ ପତ୍ନୀ ତଥା ହାମାସର ରାଜନ ନୈତିକ ବ୍ୟୁରୋର ଜଣେ ବରିଷ୍ଠ ସଦସ୍ୟ ଜାମିଲା ଅଲ-ଶାନ୍ତିଙ୍କୁ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ହତ୍ୟା କରାଯାଇଛି । ଏହି ହତ୍ୟା ଇସ୍ରାଏଲ ଦ୍ୱାରା ଉଦ୍ଦେଶ୍ୟମୂଳକ ଭାବେ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ଏହି ପଦବୀରେ ନିର୍ବାଚିତ ହୋଇଥିବା ଅଲ-ଶାନ୍ତି ହେଉଛନ୍ତି ପ୍ରଥମ ମହିଳା । ତାଙ୍କୁ ହାମାସର ଜଣେ ବରିଷ୍ଠ ସଦସ୍ୟ ଭାବରେ ବିବେଚନା କରାଯାଏ । ସୂଚନାଯୋଗ୍ୟ ଯେ ଏହି ସପ୍ତାହ ଆରମ୍ଭରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହାମାସ ସିନିୟର କମାଣ୍ଡର ଆୟମାନ ନୋଫାଲଙ୍କ ମୃତ୍ୟୁ ଘଟିଥିଲା । ଏହି ସମୟ ମଧ୍ୟରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ହାମାସର ଏକ ମୁଖ୍ୟାଳୟକୁ ଟାର୍ଗେଟ କରିଥିଲେ, ଯେଉଁଠାରୁ ଆତଙ୍କବାଦୀ ଗୋଷ୍ଠୀ ଏହାର ବାୟୁ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିଥିଲେ । ଏହି ସମୟ ମଧ୍ୟରେ ଇସ୍ରାଏଲ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକରେ ହାମାସର ବାୟୁ ଗୋଷ୍ଠୀର ମୁଖ୍ୟ ଆବୁ ମୁରାଦଙ୍କର ମୃତ୍ୟୁ ହୋଇଥିଲା ।

Advertisement

Leave a Reply

Your email address will not be published. Required fields are marked *