Pratidin TV

Odisha's Digital News Platform

ଆଜି ଜମ୍ମୁ-କାଶ୍ମୀରରେ ପ୍ରଥମ ପର୍ଯ୍ୟାୟ ଭୋଟ; ଧାରା ୩୭୦ ଉଚ୍ଛେଦ ପରେ ପ୍ରଥମଥର ମତଦାନ

1 min read

ଜାମ୍ମୁ-କାଶ୍ମୀର ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି(ବୁଧବାର) ଭୋଟ ଗ୍ରହଣ ହେଉଛି । ଏହି ପର୍ଯ୍ୟାୟରେ ୭ଟି ଜିଲାର ୨୪ଟି ବିଧାନସଭା ଆସନ ପାଇଁ ମତଦାନ ହେଉଛି। ମତଦାନ ପାଇଁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜମ୍ମୁ କଶ୍ମୀରରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୨୪ଟି ଆସନରେ ୨୯୨ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ଏଥିରେ କେବଳ ୯୦ ଜଣ ସ୍ବାଧୀନ ପ୍ରାର୍ଥୀ ଅଛନ୍ତି। ଭୋଟ୍‌ ଗ୍ରହଣ ହେବାକୁ ଥିବା ୨୪ଟି ଆସନ ମଧ୍ୟରୁ ୮ଟି ଆସନ ଜମ୍ମୁ ଅଞ୍ଚଳର ୩ଟି ଜିଲ୍ଲାରେ ଥିବାବେଳେ ୧୬ଟି ଆସନ କଶ୍ମୀରର ୪ଟି ଜିଲ୍ଲାରେ ଅବସ୍ଥିତ। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୨୩,୨୭,୫୮୦ ଜଣ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୧୧,୭୬,୪୬୨ ପୁରୁଷ ଥିବାବେଳେ ୧୧,୫୧,୦୫୮ ଜଣ ମହିଳା ଭୋଟର ଏବଂ ୬୦ ଜଣ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି।

Advertisement

୨୪ ଆସନରେ ବିଭିନ୍ନ ଦଳରୁ ପ୍ରତିନ୍ଦ୍ଵନ୍ଦ୍ବିତା କରୁଛନ୍ତି ୨୧୯ ପ୍ରାର୍ଥୀ। ପ୍ରଥମ ପର୍ଯ୍ୟାୟରେ ୨୩ ଲକ୍ଷରୁ ଭୋଟର ସେମାନଙ୍କର ମତ ସାବ୍ୟସ୍ତ କରିବେ। ଭୋଟରଙ୍କ ମଧ୍ୟରେ ୫ ଲକ୍ଷରୁ ଅଧିକ ଯୁବ ଭୋଟର ରହିଛନ୍ତି। ତିନୋଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୫ରେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଏବଂ ଅକ୍ଟୋବର ପହିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ। ଅକ୍ଟୋବର ୮ରେ ନିର୍ବାଚନର ଫଳାଫଳ ଘୋଷଣା କରାଯିବ।

୧୦ ବର୍ଷ ପରେ ଭୋଟ ହେଉଥିବାରୁ ଭୋଟରଙ୍କ ମଧ୍ୟରେ ଅନେକ ଉତ୍ସାହ ରହିଛି। ଜମୁ-କାଶ୍ମୀର ନିର୍ବାଚନ ଲାଗି ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗ ନିର୍ବାଚନ ହୋଇଛି ମୁଖ୍ଯ ପ୍ରସଙ୍ଗ। ଚଳିତ ନିର୍ବାଚନରେ କଂଗ୍ରେସ, ନ୍ଯାସନାଲ କନଫରେନ୍ସ, ବିଜେପି, ପିପୁଲ୍ସ ଡେମୋକ୍ରାଟିକ ପାର୍ଟି, ଆପନି ପାର୍ଟି, ସିପିଏମ, ଜେକେ ପିପୁଲ୍ସ କନଫରେନ୍ସ, ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି, ଜେକେ ଆୱାମି ଇତେହାଦ ପାର୍ଟିର ପ୍ରାର୍ଥୀ ନିର୍ବାଚନକୁ ଓହ୍ଲାଇଛନ୍ତି।

କାଶ୍ମୀର ପଣ୍ଡିତଙ୍କ ମତଦାନ ନିମନ୍ତେ ଜାମ୍ମୁରେ ୧୯, ଉଦ୍ଦାମପୁରରେ ୧ଟି ଓ ଦିଲ୍ଲୀରେ ୪ଟି ସ୍ବତନ୍ତ୍ର ମତଦାନ କେନ୍ଦ୍ର ଖୋଲାଯାଇଛି। ୯୦ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସମେତ ମୋଟ ୨୧୯ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଛନ୍ତି ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଝିଅ ଇଲତିଆଜ୍ ମୁଫତି, ଏଆଇସିସି ସାଧାରଣ ସମ୍ପାଦକ ଗୁଲାମ ଅହମ୍ମଦ ମିର୍‌, ସିପିଆଇଏମ୍ ନେତା ଏମୱାଇ ତାରିମାଗି, କଂଗ୍ରେସର ପିରଜାଦା ସଇଦ, ବିଜେପିର ବୀର ସରାଫ, ଏଲଜେପିର ସଞ୍ଜୟ ସରାଫ ଓ ଏନସିର ସାକିନା ଇତୁ।

Leave a Reply

Your email address will not be published. Required fields are marked *