Pratidin TV

Odisha's Digital News Platform

ସାତ ଥରର ବିଧାୟକଙ୍କୁ ହରାଇ ବାଜି ମାରିଲେ ଇଶ୍ୱର, ଏବେ ପୁଅ ହତ୍ୟାର ନେବେ ପ୍ରତିଶୋଧ…

1 min read

ଛତିଶଗଡ ବିଧାନସଭା ନିର୍ବାଚନରେ ବଦଳିଗଲା ଅଙ୍କକଶା । କଂଗ୍ରାସକୁ ହରାଇ ବଡ ବିଜୟ ହାସଲ କଲା ବିଜେପି । ଟୋଟାଲ ୯୦ଟି ଆସନରୁ କଂଗ୍ରେସ ୩୫ ଟି ସିଟ୍ ଜିତିଥିବା ବେଳେ ବିଜେପି ଜିତିଛି୫୪ ଟି ସିଟ୍ । କଂଗ୍ରେସର ବରିଷ୍ଠ ନେତା ତଥା ସାତ ଥରର ବିଧାୟକ ରବିନ୍ଦ୍ର ଚୌବେଙ୍କୁ ହରାଇଛନ୍ତି ପ୍ରଥମ ଥର ନିର୍ବାଚନ ଲଢିଥିବାଇଶ୍ୱର ସାହୁ । ୫ ହଜାରରୁ ଅଧିକ ଭୋଟରେ ସାତଥରର କଂଗ୍ରେସ ବିଧାୟକଙ୍କୁ ମାତ୍ ଦେଇଛନ୍ତି ଇଶ୍ୱର । ଇଶ୍ୱର ସାହୁ ହେଭିୱେଟ ନେତା ରବିନ୍ଦ୍ର ଚୌବେଙ୍କୁ ୫୧୯୬ ଭୋଟରେ ପରାସ୍ତ କରିଛନ୍ତି । ଆଉ ସବୁଆଡେ ଚର୍ଚ୍ଚା ହେଉଛି କୁଆଡେ ଯେ ବିଧାୟକ ହୋଇ ପୁଅ ହତ୍ୟାର ପ୍ରତିଶୋଧ ନେବେ ଇଶ୍ୱର ସାହୁ । କାରଣ ଚଳିତବର୍ଷ ସାଜା ବିଧାନସଭାର ବିରନପୁର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏକ ସ୍କୁଲରୁ ଆରମ୍ଭ ହୋଇଥିବା ମାରପିଟ୍ ଗୋଷ୍ଠୀ ସଂଘର୍ଷରେ ୩ ଜଣ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ଥିଲେ ଇଶ୍ୱରଙ୍କ ପୁଅ ଭୁବନେଶ୍ୱର । ସରକାର ଇଶ୍ୱର ସାହୁଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । କିନ୍ତୁ ଇଶ୍ୱର ସାହୁ ଏହାକୁ ନେବାପାଇଁ ମନା କରିଦେଇଥିଲେ ।

ଇଶ୍ୱର ସାହୁ ଜଣେ ଶ୍ରମିକ ହୋଇଥିବା ବେଳେ ପରେ ବିଜେପି ତାଙ୍କୁ ଟିକେଟ ଦେଇଥିଲା । ସାଜା ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଗୃହମନ୍ତ୍ରୀ ଅମିତ ଶାହା ଇଶ୍ୱର ସାହୁଙ୍କ ପାଇଁ ପ୍ରଚାର କରିଥିଲେ । ଶାହା କହିଥିଲେ ଯେ ଇଶ୍ୱର ସାହୁ ଜଣେ ଆଶାୟୀ ନୁହେଁ ବରଂ ନ୍ୟାୟ ଲଢେଇର ପ୍ରତୀକ । ଯଦି ବିଜେପି ପୁଣିଥରେ ସରକାର ଗଢିବ ଇଶ୍ୱର ସାହୁଙ୍କ ପୁଅ ହତ୍ୟାକାରୀଙ୍କୁ ପ୍ରଥମେ ଜେଲ ପଠାଯିବ । ବର୍ତ୍ତମାନ ଇଶ୍ୱର ସାହୁ ଛତିଶଗଡର ଜଣେ ବିଜେପି ବିଧାୟକ । ତେବେ ସେ ତାଙ୍କ ପୁଅକୁ ହତ୍ୟା କାରୀକୁ ଦଣ୍ଡ ଦେବା ନେଇ ଚର୍ଚ୍ଚା ଜୋର ଧରିଛି ।

Advertisement

Leave a Reply

Your email address will not be published. Required fields are marked *