Pratidin TV

Odisha's Digital News Platform

ଜାପାନରେ ଭୁକମ୍ପ ଝଟ୍‌କା ପରେ ସୁନାମୀ ଆଲର୍ଟ ଜାରୀ…

1 min read

ପୁଣିଥରେ ଜାପାନରେ ଅନୁଭୁତ ହୋଇଛି ଭୁକମ୍ପକର ଝଟକା । ସୋମବାର ଉତ୍ତର-ପଶ୍ଚିମ ଜାପାନରେ ଅନୁଭୂତ ହୋଇଥିବା ଏହି ଭୁମ୍ପକର ତୀବ୍ରତା ରିକ୍ଟର ସ୍କେଲରେ ୭.୬ ରହିଛି । ଭୁକମ୍ପ ଫଳରେ ଅଶାନ୍ତ ହୋଇଉଠିଛି ସମୁଦ୍ର ।ଜାପାନର ଇଶିକାୱା ସହର ଆଡକୁ ପ୍ରାୟ ୧.୨ ମିଟର ଉଚ୍ଚତାରେ ମାଡି ଆସିଛି ସମୁଦ୍ର ଜୁଆର । ଏହାବ୍ୟତୀତ ଜାପାନର ଅନେକ ଭୁକମ୍ପ ଅନୁଭୂତ ହୋଇଥିବା ସ୍ଥାନ ଗୁଡିକର ଭୟଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭୁକମ୍ପ ପରେ ଜାପାନ ପାଣିପାଗ ବିଭାଗ ଦ୍ୱାରା ଇଶିକାୱା, ନିଗାଟା ଏବଂ ତୋୟାମା ଉପକୂଳ ବର୍ତ୍ତୀ ଅଞ୍ଚଳ ଗୁଡିକ ପାଇଁ ସୁନାମି ସତର୍କ ସୂଚନା ଜାରୀ କରାଯାଇଛି ।

https://twitter.com/suresh_jaat_02/status/1741744517177540824?s=20

ସେପଟେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା କହିଛନ୍ତି ଯେ ଏହି ସୁନାମି ଆଶା କରାଯାଉଥିବା ଠାରୁ ଅତ୍ୟଧିକ ଭୟଙ୍କର ହୋଇପାରେ । କାରଣ ସୁନାମୀ ଆସିଲେ ସମୁଦ୍ରର ଢେଉ ୫ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଠିପାରେ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଲୋକଙ୍କୁ ତୁରନ୍ତ ଘର ଖାଲି କରି ଉଚ୍ଚ ସ୍ଥାନକୁ ଅବା ବଡ଼ ବଡ଼ କୋଠାକୁ ଚାଲି ଯିବାକୁ କୁହାଯାଇଛି । ଏହି ଭୂକମ୍ପର ଝଟକା ଜାପାନର ରାଜଧାନୀ ଟୋକିଓ ଓ କାଣ୍ଟୋ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା । ଅନ୍ୟପଟେ ଭୂକମ୍ପ ଓ ସୁନାମି ଜନିତ କ୍ଷୟକ୍ଷତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ । ତେବେ କୁହାଯାଇଛି ଯେ “ରିଙ୍ଗ ଅଫ୍ ଫାୟାର” ଉପରେ ଅବସ୍ଥିତ ଜାପାନ ହେଉଛି ପୃଥିବୀର ସବୁଠାରୁ ଅଧିକ ଭୂକମ୍ପ ପ୍ରଭାବିତ ଦେଶ । ୨୦୧୧ ମାର୍ଚ୍ଚ ୧୧ ତାରିଖରେ ଜାପାନର ଉତ୍ତର-ପୂର୍ବ ଉପକୂଳରେ ଏକ ବଡ ଧରଣର ଭୁକମ୍ପ ଅନୁଭୂତ ହୋଇଥିଲା । ଯାହାର ତିବ୍ରତା ୯.୦ ଥିଲା । ଏ ଭୂକମ୍ପ ଫଳରେ ସୁନାମି ଘଟି ପ୍ରାୟ ୧୮,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।

Advertisement

Leave a Reply

Your email address will not be published. Required fields are marked *