Pratidin TV

Odisha's Digital News Platform

ପ୍ରଥମଥର ଉପକୂଳ ଅଞ୍ଚଳ ସମେତ ଯାଜପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ

ଆସନ୍ତା ୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯାଜପୁର ଚଣ୍ଡିଖୋଲ ଗସ୍ତକୁ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି ।ପ୍ରଥମ ଥର ଉପକୂଳ ଅଞ୍ଚଳ ସମେତ ଯାଜପୁର ଜିଲ୍ଲାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତକୁ ନେଇ କର୍ମୀ ସ୍ଥାନୀୟ ନେତାଙ୍କ ସମେତ ରାଜ୍ୟ ନେତୃମଣ୍ଡଳୀଙ୍କ ଭିତରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି ।ପ୍ରଧାନମନ୍ତ୍ରୀ ଆସନ୍ତା ୫ ତାରିଖ ଦିନ ବାୟୁ ସେନାର ସ୍ଵତନ୍ତ୍ର ବିମାନ ଯୋଗେ ଏଠାରେ ପହଞ୍ଚିବା ପରେ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବେ ।ଏବଂ ଲକ୍ଷାଧିକ ଲୋକଏହି କାର୍ଯ୍ୟକ୍ରମରେ ଯୋଗଦେବା ନେଇ ଅନୁମାନ କରାଯାଉଛି ।।କେନ୍ଦ୍ରୀୟ ନେତାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ଏବଂ ସ୍ଥାନୀୟ ନେତା ମାନେ ସଭାସ୍ଥଳ କୁ ପରିଦର୍ଶନ କରୁଛନ୍ତି ।

ମୋଦୀଙ୍କ ବିକାଶର ପ୍ରକ୍ରିୟା ସାରା ଦେଶରେ ଚାଲିଛି। ମୋଦୀଜି ଯୁଆଡେ ଯାଉଛନ୍ତି ତାର ପ୍ରଭାବ ପଡୁଛି। ଓଡ଼ିଶାରେ କାହିଁକି ନୁହେଁ ବୋଲି କହିଛନ୍ତି ଓଡିଶା ବିଜେପି ପ୍ରଭାରି ବିଜୟ ସିଂ ପାଲ ତୋମାର। ଏହାଦ୍ୱାରା ଓଡ଼ିଶାରେ ବିକାଶ ଆହୁରି ତ୍ୱରାନ୍ୱିତ ହେବ। କର୍ମୀମାନଙ୍କ ଭିତରେ ଯଥେଷ୍ଟ ଉତ୍ସାହ ରହିଛି। ଓଡ଼ିଶାରେ ବିଜେଡି ବିଜେପି ମେଣ୍ଟ ହେବ କି ବୋଲି ପ୍ରଶ୍ନରେ ତାଙ୍କ ପାଖରେ ଏ ସମ୍ପର୍କରେ ଖବର ନାହିଁ ବୋଲି କହିଛନ୍ତି ତୋମର ।

Leave a Reply

Your email address will not be published. Required fields are marked *