Pratidin TV

Odisha's Digital News Platform

ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଲାଗିଲା କଟକଣା: ଆଜିଠୁ ୭ମାସ ବନ୍ଦ ରହିବ ମାଛଧରା ..

1 min read

କଇଁଛଙ୍କ ଅଣ୍ଡାଦାନ ପାଇଁ ଲାଗୁହେଲା କଟକଣା। ଆଜିଠୁ ୭ ମାସ ପର୍ଯ୍ୟନ୍ତ ଅର୍ଥାତ ମେ ୩୧ ଯାଏଁ ମାଛ ଧରିବା ଉପରେ କଟକଣା ଜାରି କରାଯାଇଛି । ମାସ ଧରି ଧାମରା ମୁହାଣରୁ ଦେବୀ ମୁହାଣ ପର୍ଯ୍ୟନ୍ତ ମାଛ ଧରା ନିଷିଦ୍ଧ କରାଯାଇଛି । ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଏହି କଟକଣା ଲାଗୁ କରାଯାଇଛି ।

ସମୁଦ୍ର ଉପକୂଳ ଠାରୁ ୨୦ ମାଇଲ ପର୍ଯ୍ୟନ୍ତ କୌଣସି ଯନ୍ତ୍ର ଚଳିତ ଡଙ୍ଗା କିମ୍ବା ଟ୍ରଲର ସମୁଦ୍ର ମଧ୍ୟକୁ ପ୍ରବେଶ ଉପରେ ବାରଣ କରାଯାଇଛି। ଯଦି ଏହି ନିୟମକୁ ଯେଉଁ ମତ୍ସଜୀବୀ ଉଲ୍ଲଘଂନ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଶୀତଦିନ ଆରମ୍ଭ ହେଉଥିବାରୁ ଅଲିଭ ରିଡ଼ଲେ କଇଁଛ ଏହି ସମୟରେ ଅଣ୍ଡା ଦାନ ପାଇଁ ଉପକୂଳକୁ ଆସିଥାନ୍ତି। ସେମାନଙ୍କ ସୁରକ୍ଷା ସହିତ ବିରଳ ମାଛ ବଂଶ ବୃଦ୍ଧି, ପ୍ରଜାନନ ଓ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଦୀର୍ଘ ୭ ମାସ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ।

Advertisement

ସେହିଭଳି ପାରାଦ୍ବୀପର ମହାନଦୀ ମୁହାଣ, ଦେବୀ, ଋଷିକୂଲ୍ୟା ଓ ବରୁଣେଇ ମୁହାଣରେ ମଧ୍ୟ ମାଛଧରା ଉପରେ କଟକଣା ଜାରି କରାଯାଇଛି। ଆଜିଠାରୁ ଏହା ଲାଗୁ ହୋଇ ଆସନ୍ତା ବର୍ଷ ମେ ୩୧ ପର୍ଯ୍ୟନ୍ତ ବଳ ବତ୍ତର ରହିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *