Pratidin TV

Odisha's Digital News Platform

ପ୍ରତିବାଦକୁ ବିତିଲାଣି ପାଞ୍ଚଦିନ, ହେଲେ କାର୍ଯ୍ୟାନୁଷ୍ଠାନ ଶୂନ୍ ; କେବେ ବନ୍ଦ ହେବ ରେଭେନ୍ସାରେ ଅଣଛାତ୍ରଙ୍କ ପ୍ରବେଶ ?

1 min read

କଟକ ; ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଅଣଛାତ୍ରଙ୍କ ପ୍ରବେଶ କୁ ନାପସନ୍ଦ କରିଛନ୍ତି ଅଧ୍ୟାପକ, ଅଧ୍ୟାପିକା ଏବଂ କଟକ ସହର ର ବୁଦ୍ଧିଜୀବି ମହଲ । ପ୍ରତିବାଦକୁ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ରେଭେନ୍ସା କତୃପକ୍ଷଙ୍କ କାର୍ଯ୍ୟାନୁଷ୍ଠାନ ଶୂନ୍ । ଆଉ ଏହାରି ଭିତରେ ଚିନ୍ତା ବଢ଼ାଇଲାଣି ଛାତ୍ର ସଂସଦ ନିର୍ବାଚନ । ଯାହାକୁ ନେଇ ଏବେ ବୁଦ୍ଧିଜୀବି ମହଲ ଏବଂ ପୂର୍ବତନ ଛାତ୍ରଛାତ୍ରୀ ଅସନ୍ତୋଷ ଜାହିର କରିଛନ୍ତି । ବାର୍ଷିକ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ସିକ୍ୟୁରିଟି ବାବଦକୁ ବ୍ୟୟ ବରାଦ ଏବଂ ସିସିଟିଭି ସର୍ଭିଲାନ୍ସ ଭିତରେ ରହିଛି ସମ୍ପୂର୍ଣ୍ଣ କ୍ୟାମ୍ପସ ପରିସର ତଥାପି ଅଣଛାତ୍ର ଙ୍କ ପ୍ରବେଶ ଉପରେ ରୋକ୍ ଲଗାଇ ପାରୁ ନାହାଁନ୍ତି ରେଭେନ୍ସା କତୃପକ୍ଷ ।

ରେଭେନ୍ସା ବିଶ୍ବବିଦ୍ୟାଳୟ ପାଲଟିଛି ଅଣଛାତ୍ରଙ୍କ ଆଡ୍ଡାସ୍ଥଳୀ । ସନ୍ଧ୍ୟା ହେଲେ ଭୟଭିତ ହେଉଛନ୍ତି କଲେଜ୍ ରେ ରହୁଥିବା କର୍ମଚାରୀ ମାନେ । ସେଥିରୁ ବାଦ୍ ପଡୁନାହାଁନ୍ତି କିଛି ନାବାଳକ ଛାତ୍ର । ସେମାନେ ବି ପ୍ରଭାବିତ ହେଉଛନ୍ତି ଏହି ଅଣଛାତ୍ରଙ୍କ ପ୍ରଲୋଭନରେ । ଏହା ଆମେ କହୁନୁ ଖୋଦ୍ ଅସହାୟ ହୋଇ ପଡ଼ିଥିବା ବିଶ୍ଵ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ମାନେ ବଖାଣିଛନ୍ତି । ବେଧଡକ ଭାବେ କ୍ୟାମ୍ପସ ପରିସରକୁ ପଶୁଛନ୍ତି ଅଣଛାତ୍ର ଏବଂ ଅଣଛାତ୍ର ଙ୍କ ସହ ଅସାମାଜିକ ଯୁବକ । ତେବେ ଏଠି ପ୍ରଶ୍ନ ଉଠୁଛି ରେଭେନ୍ସା କ୍ୟାମ୍ପସ ପରିସରରେ ସିକ୍ୟୁରିଟି ଜଗି ବସୁଛନ୍ତି କାହା ପାଇଁ??? ଆଜିକୁ ଠିକ୍ ପାଞ୍ଚଦିନ ତଳେ ଏ ନେଇ ଅଧ୍ୟାପକ ଅଧ୍ୟାପିକା ମାନେ ପ୍ରତିବାଦ କରି କୁଳପତିଙ୍କୁ ଜଣାଇଥିଲେ । ହେଲେ ବିଡ଼ମ୍ବନାର ବିଷୟ ସବୁ ଶୁଣି ଏ ପର୍ଯ୍ୟନ୍ତ ନିଦାବିଷ୍ଣୁ ସାଜିଛନ୍ତି କତୃପକ୍ଷ । ତେବେ ଏ ସିକ୍ୟୁରିଟି ବାବଦକୁ ଯାଉଥିବା ଟଙ୍କା କେଉଁଠି ହେର୍ ଫେର୍ ହେଉନି ତ???

Advertisement

ରେଭେନ୍ସା ବିଶ୍ଵବିଦ୍ୟାଳୟରେ କେବଳ ଯେ ରାଜ୍ୟର ଛାତ୍ରଛାତ୍ରୀ ପଢ଼ୁନାହାଁନ୍ତି ଏଠାରେ ବାହାର ରାଜ୍ୟର ତଥା ବାହାର ଦେଶର ଛାତ୍ର ଛାତ୍ରୀମାନେ ମଧ୍ୟ ଅଧ୍ୟୟନ କରନ୍ତି । କିନ୍ତୁ ଅଣଛାତ୍ରଙ୍କ ପ୍ରବେଶ ଦ୍ଵାରା ରେଭେନ୍ସାର ଗାରିମା କ୍ଷୁଣ୍ଣ ହେଉନି ତ?? ଏ ନେଇ ପୂର୍ବତନ ଛାତ୍ରୀ କୁହନ୍ତି ମୁ ଦୀର୍ଘ ସାତ ବର୍ଷ କାଳ ଅଧ୍ୟୟନ କରିଥିବା ବେଳେ ଏଭଳି ମାହୋଲ୍ ନଥିଲା କିନ୍ତୁ ଏବେ ଯାହା ପରିସ୍ଥିତି ପିଲାଙ୍କ ପାଠପଢ଼ା ହାମ୍ପର ହେବା ସହ କଲେଜ୍ ରେ ଅଧ୍ୟୟନ କରିବାକୁ ଡରୁଛନ୍ତି । ଆମ ପଡ଼ୋଶୀ ରାଜ୍ୟ କଲିକତାରେ ଯେଭଳି ଘଟଣା ଘଟିଲା ତାହା ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନ ଘଟିବ ବୋଲି କିଏ ବା କହିପାରିବ । ଏ ନେଇ ତ ଅଭିଭାବକ, ଅଧ୍ୟାପକ ଅଧ୍ୟାପିକା ଏବଂ ପୂରାତନ ଛାତ୍ରମାନେ ଘୋର୍ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଆଗକୁ ଆସୁଛି ଛାତ୍ର ସଂସଦ ନିର୍ବାଚନ । ନିର୍ବାଚନ ସମୟରେ ଅସୁରକ୍ଷିତ ରହିବନି ତ ରେଭେନ୍ସା ବିଶ୍ଵବିଦ୍ୟାଳୟ?? ଏହାକୁ ଦୃଷ୍ଟିରେ ରଖି କତୃପକ୍ଷ ସଜାଗ ହୋଇପଡିବା ଦରକାର ପଡ଼ିଲାଣି ।

Leave a Reply

Your email address will not be published. Required fields are marked *