Pratidin TV

Odisha's Digital News Platform

କର୍ଣ୍ଣାଟକରେ ଚାଞ୍ଚଲ୍ୟ,ପରିତ୍ୟକ୍ତ ଘରୁ ମିଳିଲା ୫ଟି ନରକଙ୍କାଳ…

1 min read

କର୍ଣ୍ଣାଟକରେ ଚାଞ୍ଚଲ୍ୟ । ପରିତ୍ୟକ୍ତ ଘରୁ ମିଳିଲା ୫ଟି ନରକଙ୍କାଳ । ଚିତ୍ରଦୁର୍ଗ ଜିଲ୍ଲା ଜେଲ୍ ରୋଡ୍‌ରେ ଥିବା ଜଣେ ଅବସରପ୍ରାପ୍ତ ଇଞ୍ଜିନିୟରଙ୍କ ଘରୁ ୫ଟି ନରକଙ୍କାଳ ଉଦ୍ଧାର କରିଛି ପୋଲିସ । ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଘରର ମାଲିକ ହେଉଛନ୍ତି ଜଗନ୍ନାଥ ରେଡ୍ଡୀ । ଜଗନ୍ନାଥ ରେଡ୍ଡୀ ତୁମକୁର ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ । କାର୍ଯ୍ୟକାଳ ଶେଷ ହେବା ପରେ ସେହି ଘରେ ସ୍ତ୍ରୀ ପ୍ରେମକ୍କା, ଝିଅ ତ୍ରିବେଣୀ, ପୁଅ କୃଷ୍ଣ ଓ ନରେନ୍ଦ୍ରଙ୍କ ସହିତ ରହୁଥିଲେ । ଜଗନ୍ନାଥ ରେଡ୍ଡୀଙ୍କ ବୟସ ପ୍ରାୟ ୮୦ ବର୍ଷ । ଜେଲ୍ ରୋଡରେ ଥିବା ସେହି ଘର ଭିତରେ ସନ୍ଦେହଜନକ ଅବସ୍ଥାରେ ୫ଟି କଙ୍କାଳ ପଡିଥିବା ଜଗନ୍ନାଥଙ୍କ ସମ୍ପର୍କୀୟ ପୱନ କୁମାର ସିଟି ପୋଲିସ ଷ୍ଟେସନରେ ଅଭିଯାଗ କରିଥିଲେ । ଏହି ଘଟଣାଟି ସିଟି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି ।

ପୱନଙ୍କ କହିବା ଅନୁସାରେ, ଜଗନ୍ନାଥ ରେଡ୍ଡୀଙ୍କ ପରିବାର ସହ ପ୍ରାୟ ୩-୪ବର୍ଷ ହେଲା ଯୋଗାଯୋଗ ନଥିଲା । କଙ୍କାଳ ସବୁ ଜଗନ୍ନାଥ ଓ ତାଙ୍କର ପରିବାରବର୍ଗଙ୍କର ହୋଇଥାଇ ପାରେ ବୋଲି ସେ ସନ୍ଦେହ କରୁଛନ୍ତି । ଘଟଣାର ତଦନ୍ତ କରିବା ଲାଗି ସେ ପୋଲିସକୁ ଅନୁରୋଧ କରିଛନ୍ତି । ପୋଲିସ ପାଞ୍ଚ ଜଣଙ୍କ କଙ୍କାଳ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଯଦିଓ ସେହି କଙ୍କାଳଗୁଡିକ ଜଗନ୍ନାଥ ରେଡ୍ଡୀଙ୍କ ପରିବାର ଲୋକଙ୍କର ବୋଲି ସନ୍ଦେହ କରାଯାଉଛି ମାତ୍ର ଏହା ସ୍ପଷ୍ଟ ହୋଇପାରନି । ବର୍ତ୍ତମାନ ପୋଲିସ ସେହି କଙ୍କାଳଗୁଡିକର ପରିଚୟ ଖୋଜୁଛି ଓ କେବେ ମୃତ୍ୟୁ ହେଲା ସେନେଇ ତଦନ୍ତ କରୁଛି । ଏହି କଙ୍କାଳଗୁଡିକ ମେଡିକାଲରେ ପରୀକ୍ଷା କରାଯିବା ପରେ ସ୍ପଷ୍ଟ ହେବ ।

Advertisement

Leave a Reply

Your email address will not be published. Required fields are marked *