ବିମାନରେ ବୋମା ଧମକ ,ରାୟପୁର ବିମାନ ବନ୍ଦରରେ କଲା ଜରୁରୀ ଅବତରଣ…
1 min readବିମାନରେ ବୋମା ଆତଙ୍କ। ରାୟପୁର ବିମାନ ବନ୍ଦରରେ ବିମାନର ଜରୁରୀ ଅବତରଣ। ନାଗପୁରରୁ କୋଲକାତା ଅଭିମୁଖେ ଉଡାଣ ଭରୁଥିବା ବେଳେ କଲା ଜରୁରୀ ଅବତରଣ। ବିମାନରେ ବୋମା ଥିବା ନେଇ ଧମକ ମିଳିଥିଲା। ସୂଚନା ପାଇବା କ୍ଷଣି ତୁରନ୍ତ ବିମାନକୁ ଜରୁରୀ ଅବତରଣ କରିଥିଲେ ପାଇଲଟ। ବିମାନର ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ବୋମା ଆତଙ୍କ ପରେ ବିମାନରେ ତଲାସୀ ଆରମ୍ଭ କରିଛନ୍ତି ସୁରକ୍ଷାକର୍ମୀ। ଗତ କିଛି ଦିନ ହେବ ଲଗାତାର ବିଭିନ୍ନ ବିମାନକୁ ବୋମା ଧମକ ମିଳି ଆସୁଛି। ଯାହାଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ନାଗପୁରରୁ-କୋଲକାତା ଯାତ୍ରା କରୁଥିବା IndiGo ବିମାନ ଛତିଶଗଡର ରାଜଧାନୀ ରାୟପୁରରେ ଏମରଜେନ୍ସି ଲ୍ୟାଣ୍ତିଂ କରିଛି । ବୋମା ଧମକ ପାଇବା ପରେ ଇଣ୍ଡିଗୋ ବିମାନ ରାୟପୁର ବିମାନବନ୍ଦରରେ ଅବତରଣ କରିଥିଲା। ଯାତ୍ରୀମାନଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ବିମାନର ଯାଞ୍ଚ କରାଯାଉଛି। ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି । ବିମାନର ଯାଞ୍ଚ କରାଯିବା ପରେ ବୋମା ନିଷ୍କାସନକାରୀ ଦଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ସେହିପରି ସୁରକ୍ଷା ପାଇଁ ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇ ସୁରକ୍ଷିତ ଭାବେ ପ୍ରବେଶ ଦ୍ୱାର ନିକଟରେ ଥିବା ଏକ ଲଜକୁ ନିଆଯାଇଥିଲା। ଏହି ପରିସ୍ଥିତି ରାୟପୁର ବିମାନ ବନ୍ଦରରେ ବିମାନ କାର୍ଯ୍ୟରେ ଅସ୍ଥାୟୀ ବ୍ୟାଘାତ ସୃଷ୍ଟି କରିଥିଲା। “ଏହି କାରଣରୁ ଇଣ୍ଡିଗୋ ଦେବ ୧.୨୦ କୋଟି ଫାଇନ୍” ରାୟପୁର ଅତିରିକ୍ତ ପୋଲିସ ଅଧୀକାରୀ କୀର୍ତ୍ତନ ରାଠୋର ବୋମା ଧମକ ଯୋଗୁଁ ବିମାନର ଜରୁରୀ ଅବତରଣକୁ ନିଶ୍ଚିତ କରିଥିଲେ। ବିମାନ ବନ୍ଦରରେ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି। ଅନୁସନ୍ଧାନ ଶେଷ ହେବା ପରେ ବିମାନଟି ରାୟପୁରରୁ ଯାତ୍ରା ଆରମ୍ଭ କରିବ।