ବିଶ୍ୱକପର କ୍ରେଜ୍: ଅହମ୍ମଦାବାଦରେ ବଢୁଛିି ଲୋକଙ୍କ ଭିଡ, ବିମାନ ଠାରୁ ହୋଟେଲର ଦର ଆକାଶଛୁଆଁ..
1 min readସାରା ଦେଶରେ ଏବେ ବିଶ୍ୱକପ ଫିବର । ଦୀର୍ଘ ୧୨ ବର୍ଷ ପରେ ଭାରତ ଫାଇନାଲକୁ ଯାଇଥିବା ବେଳେ ଟ୍ରଫି ପାଇଁ ଦଳ ଅଷ୍ଟ୍ରେଲିଆ ସହ ଲଢ଼େଇ କରିବ । ଆସନ୍ତା ରବିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୨୦୦୩ର ଦୁଇ ଫାନାଲିଷ୍ଟ ପୁଣିଥରେ ବିଶ୍ୱକପ ପାଇଁ ମୁହାଁମୁହିଁ ହେବେ । ଫାଇନାଲ ମ୍ୟାଚ୍ ପାଇଁ ବଢିଗଲା ବିମାନ ଯାତ୍ରାର ଟିକେଟ । ଯେଉଁ ୱାନ ୱେ ଟିକେଟ ୫ ହଜାର ଟଙ୍କା ଥିଲା ତାହା ଏବେ ୩୦ ହଜାର ଟଙ୍କା ହୋଇଛି । ଗୁରୁବାର ସଂଧ୍ୟାରେ ଯେଉଁ ଟିକେଟର ଦାମ ବେଙ୍ଗାଲୁରୁରୁ ଅହମଦାବାଦ ୫ ହଜାର ୭୦୦ ଟଙ୍କା ଥିଲା । ତାହା ଏବେ ୩୩ ହଜାର ଟଙ୍କା ହୋଇଛି । ଶନିବାର ସକାଳୁ ସଂଧ୍ୟା ଯାଏଁ ବିମାନର ଟିକେଟ ଭଡା ଏହିପରି ରହିଛି ।
ସର୍ବାଧିକ ଭଡା ଇଣ୍ଡିଗୋ ବିମାନର ଥିବା ବେଳେ ନୂଆ କରି ବିମାନ ସେବା ଯୋଗାଉଥିବା ଆକାଶ ଏୟାରଲାଇନ୍ସର ଭଡା ୨୮ ହଜାର ୭୭୮ ଟଙ୍କା ରହିଛି । ବିଶେଷ କରି ଅହମଦାବାଦକୁ ଯାଉଥିବା ବିମାନ ଓ ଓ ସେଠାରେ ଥିବା ହୋଟେଲରେ ବୁକିଂ ପାଇଁ ଲୋକମାନେ ଜୋରଦାର ଉଦ୍ୟମ କରୁଛନ୍ତି । ସ୍ଥିତି ଏପରି ହୋଇଛି ଯେ ଲୋକଙ୍କୁ ହୋଟେଲ କିମ୍ବା ବିମାନର ଟିକେଟ ମଧ୍ୟ ଠିକ ଭାବେ ମିଳିପାରୁ ନାହିଁ । ତେବେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧.୩୦ ଲକ୍ଷ ଲୋକ ଏକାଠି ବସି ପାରିବେ । ଫାଇନାଲ ମ୍ୟାଚ୍ ପାଇଁ ମଧ୍ୟ ସମସ୍ତ ଟିକେଟ ବିକ୍ରି ସରିଛି । ଏବେ ଫାଇନାଲ ମ୍ୟାଚ୍ର ମୁକସାଖୀ ବନିବା ପାଇଁ ଅହମ୍ମଦାବାଦୀରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।