Pratidin TV

Odisha's Digital News Platform

୪ଲକ୍ଷରୁ ଆରମ୍ଭ କରିଥିଲେ ‘ଫ୍ଲିପ୍‌କାର୍ଟ’ ବିଜନେସ୍ ଆଜି ୨୦୦୦ ମିଲିୟନର କମ୍ପାନୀ , ଜାଣନ୍ତୁ ଆପଣଙ୍କ ପ୍ରିୟ ସପିଂ ଆପର ସମ୍ପୂର୍ଣ୍ଣ …..

1 min read

ନୂଆଦିଲ୍ଲୀ : ଆପଣମାନେ ବ୍ୟବହାର କରୁଥିବା ଫ୍ଲିପ୍‌କାର୍ଟ ଅନଲାଇନ୍ ସପିଂ ଆପ କିପରି ଆରମ୍ଭ ହୋଇଥିଲା ଜାଣିଛନ୍ତି କି ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ଏହି ନାମୀଦାମୀ ବ୍ରାଣ୍ଡ ଏବଂ ବର୍ତ୍ତମାନ ଲୋକମାନଙ୍କ ପ୍ରିୟ ସପିଂ ଆପ ଭାବେ ଦେଶରେ ଖୁବ୍ ନା କମାଇବା ସବ୍ୱିଦେଶରେ ମଧ୍ୟ ଖୁବ୍ ଚଚ୍ଚ୍ରି୍ରତ । ଘରର ସଉଦାସାମଗ୍ରୀଠୁ ଆରମ୍ଭ କରି ଫୋନ ଲାପଟପ୍ ପର୍ଯ୍ୟନ୍ତ ସବୁ ସାମଗ୍ରୀ ଏଠାରେ ସୁବିଧାରେ ଓ ହାତପାହାନ୍ତାରେ ଉପଲବ୍ଧ । କିନ୍ତୁ ଏହି କମ୍ପାନୀର ଆରମ୍ଭ ମାତ୍ର ୨ ବଖରା ଭଡା ଘରୁ ଆରମ୍ଭ ହୋଇଥିଲା ବୋଲି କଣ ଆପଣମାନେ ଜାଣନ୍ତି କି ! ମାତ୍ର ୪ ଲକ୍ଷ ଟଙ୍କା ନିବେଶରେ ଆରମ୍ଭ ହୋଇଥିଲା ଫ୍ଲିପ୍‌କାର୍ଟ କମ୍ପାନୀ । ପ୍ରଥମେ କେବଳ ଏଥିରେ କିଛି ବହି ବିକ୍ରି କରାଯାଉଥିଲା । କିନ୍ତୁ ବର୍ତ୍ତମାନ ଏହା ଦେଶର ନଂ ୧ ସପିଂ ଆପ୍ ଭାବେ ପରିଚିତ୍ । ତେବେ ଚାଲନ୍ତୁ ଜାଣିବା କିପରି ଆରମ୍ଭ ହୋଇଥିଲା ଏହା ..

ପରସ୍ପର ସହ କେବେ ଦେଖା କରିନଥିବା ଦୁଇ ଆଇଆଇଟିଆନ୍ ମିଶି ଏମିତି ବ୍ୟବସାୟ କଲେ ଯାହା ଚର୍ଚ୍ଚାର ବିଷୟ ପାଲଟିଗଲା । ୪ ଲକ୍ଷ ଟଙ୍କା ବିନିଯୋଗ କରି ହେଲେ କୋଟିପତି । ଆମେ କହୁଛୁ ଦେଶର ଲୋକପ୍ରିୟ ଅନଲାଇନ୍ ପ୍ଲାଟଫର୍ମ ଫ୍ଲିପ୍‌କାର୍ଟ ସହ-ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ସଚିନ ବନସାଲ ଏବଂ ତାଙ୍କ ବନ୍ଧୁ ବିନି ବାନ୍ସଲଙ୍କ ବିଷରେ ।

Advertisement

ଦୁହେଁ ଏହାକୁ ୨୦୦୭ ରେ ବାଙ୍ଗାଲୋରରେ ପ୍ରତିଷ୍ଠା କରିଥିଲେ । ଯଦିଓ ଉଭୟ ଚଣ୍ଡିଗଡ଼ର ବାସିନ୍ଦା । ଆଇଆଇଟିରେ ସଚିନ୍ ସିନିୟର ଏବଂ ବିନି ଜୁନିଅର ଥିଲେ ।ଦୁହେଁ କିନ୍ତୁ ଆମାଜନରେ ଏକାଠି କାମ କରିଥିଲେ । ସଚିନ୍ ଏବଂ ବିନି କହିଛନ୍ତି ଯେ ଏହି କମ୍ପାନୀ ମାତ୍ର ୪ ଲକ୍ଷରୁ ଆରମ୍ଭ ହୋଇଥିଲା, ଯାହା ଆଜି ୨୦୦୦ମିଲିୟନ୍ ଡଲାରର ଏକ କମ୍ପାନୀରେ ପରିଣତ ହୋଇଛି ।
ପ୍ରଥମେ ଏହି ଇ-କମର୍ସ କମ୍ପାନୀ କେବଳ ବହି ବିକ୍ରି କରୁଥିଲା । ଏବେ ଏହି ଇ-କମର୍ସ କମ୍ପାନୀରେ ସାବୁନ୍ ଠାରୁ ଆରମ୍ଭ କରି ସ୍ମାର୍ଟଫୋନ୍ ପର୍ଯ୍ୟ ନ୍ତ ସବୁକିଛି ବିକ୍ରି କରୁଛି ।

ତେବେ ମାତ୍ର ଦୁଇଟି ଶୋଇବା ରୁମ୍ ଫ୍ଲାଟରୁ ଆରମ୍ଭ ହୋଇଥିଲା ଫ୍ଲିପକାର୍ଡ । ଆଜି ଏହା୨୩ ଲକ୍ଷ ଲୋକଙ୍କୁ ରୋଜଗାର ଦେଇଛି । ତେବେ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସଚିନ୍ ଏବଂ ବିନି କେବଳ ଫୋନରେ ଯୋଗାଯୋଗ କରିଥିଲେ କିନ୍ତୁ ଦେଖାକରିନଥିଲେ । ତଥାପି ଏହି ବିଜନେସକୁ ବେଶ୍ ସୁନ୍ଦର ଭାବେ ଗ୍ରହଣ କଲେ ।

ଏବେ ଆମେରିକାରେ ଫ୍ଲିପକାର୍ଟ ର ପ୍ରାୟ ୫,୦୦୦ଷ୍ଟୋର ଥିବାବେଳେ ବିଦେଶୀରେ ୬,୦୦୦ ରୁ ଅଧିକ ଷ୍ଟୋର ଅଛି । ଭାରତରେ ଏହାର ୯ଟି ରାଜ୍ୟରେ ୨୧ ଟି ଷ୍ଟୋର ରହିଛି । ବାଙ୍ଗାଲୋରରେ ଏହାର ଏକ ଗ୍ଲୋବାଲ୍ ରିସୋର୍ସ ସେଣ୍ଟରର ଏବଂ ଟେକ୍ନୋଲୋଜି ସେଣ୍ଟର ରହିଛି ।

Leave a Reply

Your email address will not be published. Required fields are marked *