Pratidin TV

Odisha's Digital News Platform

“କେଉଁଠୁ କରିବେ ପୂଜା ସପିଂ ? କେଉଁଠି ମିଳୁଛି ଅଧିକ ଡିସ କାଉଣ୍ଟ ? Flipkart ନାଁ Amazon ..

1 min read

ଏବେବି ଦ୍ଵନ୍ଦରେ ଅଛନ୍ତି କି “କେଉଁଠୁ କରିବେ ପୂଜା ସପିଂ…” । କାରଣ ଏବେ ଲୋକପ୍ରିୟ ଏବେବି ଦ୍ଵନ୍ଦରେ ଅଛନ୍ତି କି “କେଉଁଠୁ କରିବେ ପୂଜା ସପିଂ…” । କାରଣ ଏବେ ଇ-କମର୍ସ କମ୍ପାନି ଫ୍ଲିପକାର୍ଟ  ଏବେ ବିଗ୍-ବିଲିୟନ ସେଲ୍ ଜାରି ରହିଛି । କମ୍ପାନୀ ଅଫର ଉପରେ ଅଫର ବର୍ଷା କରୁଛି  ।  କେବଳ ଫ୍ଲିପକାର୍ଟ  ନୁହେଁ  ଆମାଜନ ମଧ୍ୟ ସବୁଠାରୁ ସବୁଠାରୁ ବଡ଼ ସେଲ୍‌ ଆରମ୍ଭ କରିଛି । ଉଭୟ ପ୍ଲାଟଫର୍ମରେ ଶୁକବ୍ରାର ଅର୍ଥାତ୍‌ ୨୭ ସେପ୍ଟେମ୍ବରରୁ ଫେଷ୍ଟିଭାଲ ସେଲ୍‌ ଆରମ୍ଭ ହୋଇଛି । ଅବଶ୍ୟ, ଫ୍ଲିପକାର୍ଟ ପ୍ଲସ ସଦସ୍ୟ ଏବଂ ଆମାଜନ ପ୍ରାଇମ ସଦସ୍ୟଙ୍କ ପାଇଁ ଏହି ବିକ୍ରୟ ୨୪ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇଥିଲା ବର୍ତ୍ତମାନ ଏହି ସେଲ୍‌ ସମସ୍ତଙ୍କ ପାଇଁ ଲାଇଭ କରାଯାଇଛି ।

ଏଭଳି ପରିସ୍ଥିତିରେ, ଲୋକଙ୍କ ମନରେ ଆଉ ଏକ ପ୍ରଶ୍ନ ଆସୁଛି ଯାହା ଏହି ଦୁଇଟି ପ୍ଲାଟଫର୍ମରେ ଚାଲୁଥିବା ସେଲ୍‌ ମଧ୍ୟରେ କେଉଁଠି ଭଲ ଅଫର୍‌ ଆସୁଛି । ଯେଉଁଠି ବିଭିନ୍ନ ଜିନିଷ କିଣିଲେ ଭଲ ଅଫର୍‌ରେ ମିଳିବ ଓ ଅର୍ଥ ସଞ୍ଚୟ ହୋଇପାରିବ । ଫ୍ଲିପକାର୍ଟ ବିଗ୍‌ ବିଲିୟନ ସେଲ୍‌ ନା ଆମାଜନ ଗ୍ରେଟ ଇଣ୍ଡିଆନ ସେଲ୍‌ କେଉଁଥିରେ ମିଳୁଛି ସବୁଠୁ ଭଲ ଆର୍କଷଣୀୟ ଅଫର୍‌। ଉଭୟ ସେଲ୍‌ରେ ବହୁତ ଭଲ ଡିଲ ଏବଂ ଅଫର୍‌ ଅଛି । ତେଣୁ, ଆପଣ କେଉଁ ପ୍ଲାଟଫର୍ମକୁ ବାଛିଛନ୍ତି ତାହା ଆପଣଙ୍କ ପସନ୍ଦ ଉପରେ ନିର୍ଭର କରେ ।

Advertisement

ଯଦି ଆପଣ ଫ୍ଲାସ ସେଲ୍‌ ଏବଂ ଇଅରଲି ଏଣ୍ଟ୍ରିର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଫ୍ଲିପକାର୍ଟ ବିଗ ବିଲିୟନ ଡେଜ୍‌ ଆପଣଙ୍କ ପାଇଁ ଭଲ ହୋଇପାରେ । ସେହି ସମୟରେ, ଯଦି ଆପଣ ଆମାଜନ ପ୍ରାଇମ ସଦସ୍ୟଙ୍କ ବଣ୍ଡଲ ଅଫର୍‌ ଏବଂ ବିଶେଷ ସୁବିଧା ଚାହୁଁଛନ୍ତି, ତେବେ ଆମାଜନ ଗ୍ରେଟ ଇଣ୍ଡିଆନ ସେଲ୍‌ ଆପଣଙ୍କ ପାଇଁ ଉପଯୁକ୍ତ ହୋଇପାରେ। ଫ୍ଲିପକାର୍ଟ ବିଗ ବିଲିୟନ ୨୦୨୪ ଡିଲ ଏବଂ ଅଫର୍‌: ଇଲେକ୍ଟ୍ରୋନିକ୍ସ: ସ୍ମାର୍ଟଫୋନ, ଲାପଟପ ଏବଂ ଘର ଉପକରଣ ଉପରେ ବଡ଼ ରିହାତି ରହିଛି । ଗତ ବର୍ଷ ଭଳି, ଏହି ବର୍ଷ ମଧ୍ୟ ୬୦% ପର୍ଯ୍ୟନ୍ତ ରିହାତି ମିଳୁଛି ।

Leave a Reply

Your email address will not be published. Required fields are marked *