Pratidin TV

Odisha's Digital News Platform

ଆରମ୍ଭ ହେଲା ଫ୍ଲିପକାର୍ଟର ‘ବିଗ୍ ସେଭିଙ୍ଗ୍ ଡେଜ୍’ ସେଲ୍ , ଶସ୍ତାରେ ମିଳିବ ଆଇଫୋନ୍‌ ..

1 min read

ଫ୍ଲିପକାର୍ଟରେ ଶୁକ୍ରବାରଠାରୁ ‘ବିଗ୍ ସେଭିଙ୍ଗ୍ ଡେଜ୍’ ସେଲ୍ ଆରମ୍ଭ ହୋଇଛି। ଏହି ସେଲରେ ମୋବାଇଲ, ଟିଭି ପରି ବିଭିନ୍ନ ଇଲେକ୍ଟ୍ରୋନିକ୍ସ ଉପକରଣ ସମେତ ପୋଷାକ, ଜୋତା ଆଦିକୁ ଗ୍ରାହକମାନେ ୭୦ ପ୍ରତିଶତ ରିହାତିରେ କିଣିପାରିବେ। ଦୁର୍ଗା ପୂଜା ପୂର୍ବରୁ ଆରମ୍ଭ ହୋଇ ଦୀପାବଳି ଯାଏ ସାରା ଭାରତରେ ଲାଗିରହେ ପାର୍ବଣର ମାହୋଲ। ଆଉ ସେତେବେଳେ ଉସ‍ବକୁ ଆହୁରି ରଙ୍ଗିନ୍ କରି ଜମିଯାଏ ଶପିଂ। ଏହାକୁ ଆଖି ଆଗରେ ରଖି ଫ୍ଲିପକାର୍ଟ ଆରମ୍ଭ କରିଦେଇଛି ବିଗ୍ ବିଲିୟନ୍ ସେଲ୍ । ଏଥିରେ ସେଲ୍‌ଫୋନ୍‌ରୁ ନେଇ ଭିନ୍ନ ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଉପରେ ବମ୍ପର୍‌ ଅଫର୍‌ ପ୍ରଦାନକରୁଛି ଫ୍ଲିପ୍‌କାର୍ଟ। ଡିସ୍‌କାଉଣ୍ଟ୍‌ରୁ ନେଇ ନୋ କଷ୍ଟ୍‌ ଇଏମ୍‌ଆଇ, ଏକ୍ସଚେଞ୍ଜ୍‌ ଅଫର୍‌ ଓ ଅନ୍ୟାନ୍ୟ ସୁବିଧା ବି ମିଳୁଛି ଏହି ସେଲ୍‌ରେ। କେବଳ ଏତିକି ନୁହେଁ ଏହି ସେଲରେ ଗ୍ରାହକ ସ୍ମାର୍ଟଫୋନ୍, ସ୍ମାର୍ଟ ଟିଭି, ଲାପଟପ୍, ଟାବଲେଟ୍, ଇୟରବଡ୍, ଆଇଫୋନ୍ ସହିତ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ, ଫ୍ୟାଶନ୍, ବିଉଟି, ଘରକରଣା ସାମଗ୍ରୀ, ଖାଦ୍ୟ ସାମଗ୍ରୀ ଇତ୍ୟାଦି ଉପରେ ବଡ ରିହାତି ପାଇବେ । ଯଦି ଗ୍ରାହକ କୌଣସି ଜିନିଷକୁ ଏଚଡିଏଫସି ବ୍ୟାଙ୍କ କାର୍ଡରେ କିଣନ୍ତି ତାହେଲେ 10 ପ୍ରତିଶତ ରିହାତି ମିଳିବ । କ୍ରେଡିଟ୍ ଏବଂ ଡେବିଟ୍ ଉଭୟଙ୍କ ପାଇଁ ଏହା ଲାଗୁ ଅଟେ। ଯଦି ସବୁଠାରୁ ଅଧିକ ଡିସକାଉଣ୍ଟ ଯୁକ୍ତ ପ୍ରଡକ୍ଟ ଦେଖିବା ତାହେଲେ ପ୍ରଥମରେ ରହିଛି ଆଇଫୋନ୍ । ମାତ୍ର 49 ହଜାର 999 ଟଙ୍କା ଦେଇ ଆଇଫୋନ କିଣିପାରିବେ ।

ମୋବାଇଲ –
ଆଇଫୋନ୍ 15: ଏହି ସେଲରେ iPhone 15 ମାତ୍ର 49,999 ରେ କିଣିପାରିବେ । ଏହାର ପ୍ରକୃତ ଦାମ୍ 69,990 ଅଟେ ।
Realme P2 Pro 5G: ଏହି ସେଲରେ Realme P2 Pro 5G ଦାମ୍ ବହୁତ କମ୍ ରହିଛି । ମାତ୍ର 19 ହଜାର 999 ଟଙ୍କାରେ କିଣିପାରିବେ ଗ୍ରାହକ ।
Samsung Galaxy S23: ସାମସଙ୍ଗ ଗାଲାକ୍ସି S23 ମଧ୍ୟ ଦମଦାର ଅଫରରେ ମିଳୁଛି । HDFC କ୍ରେଡିଟ୍ କାର୍ଡ ରିହାତିରେ ମାତ୍ର 11 ହଜାର 999 ଟଙ୍କାରେ କିଣିପାରିବେ ।
Realme 8s 5G: Realme 8s 5G ମାତ୍ର 15,999 ରେ କିଣିପାରିବେ । ଏଥିରେ 6.5 ଇଞ୍ଚର HD + ଡିସପ୍ଲେ ଏବଂ ମିଡିଆଟେକ ଡାଇମେନସିଟି 810 ପ୍ରୋସେସର ଅଛି।

Advertisement

ଟିଭି ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ
Samsung 32-inch Smart TV- ସାମସଙଅଗର 32 ଇଞ୍ଚ ସ୍ମାର୍ଟଟିଭି 10 ହଜାରରୁ ମଧ୍ୟ କମ୍ ଟଙ୍କାରେ ମିଳୁଛି । ଏଥିରେ ଏଚଡି ରେଡି ଡିସପ୍ଲେ ଏବଂ 300 ପ୍ଲସ ଫ୍ରି ଚ୍ୟାନେଲ ମିଳିଥାଏ । Samsung 43-inch 4K TV: ସାମସଙ୍ଗ 43 ଇଞ୍ଚ 4କେ ଟିଭିର ଦାମ୍ 24 ହଜାର 999 ଟଙ୍କା ରହିଛି ।

ଲାପଟପ୍ ଡିଲ୍ସ-
MacBook Air M2: ସେଲରେ ମ୍ୟାକବୁକ ମଧ୍ୟ ଭଲ ଡିଲରେ ମିଳୁଛି । MacBook Air M2ର ଦାମ୍ ମାତ୍ର 66 ହଜାର 990 ଟଙ୍କା ରହିଛି । HP Pavilion Gaming Laptop- ଏଥିରେ ମଧ୍ୟ ସାନଦାର ଡିଲ୍ ରହିଛି । ଏହାର ଦାମ୍ ମାତ୍ର 49 ହଜାର 999 ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *