Pratidin TV

Odisha's Digital News Platform

ଫ୍ଲିପକାର୍ଟ ଆରମ୍ଭ କଲା UPI ସର୍ଭିସ୍ , ଗ୍ରାହକଙ୍କୁ ମିଳିବ ଏହି ସବୁ ଫାଇଦା …

1 min read

ଏବେ UPIର ଜମାନା । ପାଖରେ ଆଉ କେହି ରଖୁନାହାନ୍ତି କ୍ୟାସ୍ । ଯାହାକୁ ଦେଖିବ ଏବେ କ୍ୟାସ୍‌ଲେସ୍ । ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଇଣ୍ଡିଆ ନାରା ସତେ ଯେମିତି ଏବେ ଏହି ଦିଗରେ ହିଁ ସଫଳ ହେଉଛି । ଭାରତରେ ୟୁପିଆଇ ମାଧ୍ୟମରେ ପେମେଣ୍ଟ ଏକ ନିତିଦିନିଆ କଥା ହେଲାଣି । ଗ୍ରାହକ ହୁଅନ୍ତୁ ବା ବେପାରୀ, ସମସ୍ତେ ୟୁପିଆଇ ଆକ୍ସେସ୍ ରଖିବାକୁ ଭଲ ପାଉଛନ୍ତି । ଆଉ ଖୁଚୁରା ଖୋଜିବାର ଟେନ୍‌ସନ୍ ବି ରହୁନି । ଆଖି ପିଛୁଳାକେ ହୋଇଯାଉଛି ପେମେଣ୍ଟ । ଚୁଟ୍‌କିରେ ହୋଇଯାଉଛି ବ୍ୟବସାୟ । ତେବେ ଏହାରି ମଧ୍ୟରେ ଅନଲାଇନ୍ ସପିଂ ପ୍ଲାଟଫର୍ମ ଫ୍ଲିପକାର୍ଟ ନିଜର UPI ଲଞ୍ଚ କରିଛି ।

ଫ୍ଲିପକାର୍ଟ ନିଜର ଡିଜିଟାଲ ପେମେଣ୍ଟ ସେବାକୁ ବିସ୍ତାର କରିବାକୁ ୟୁପିଆଇ ସେବା ଆରମ୍ଭ କରିଛି । ଆକ୍ସିସ୍ ବ୍ୟାଙ୍କ ସହିତ କମ୍ପାନୀ ଏହାର ୟୁନିଫାଏଡ୍ ପେମେଣ୍ଟଇଣ୍ଟରଫେସ୍ (UPI) ହ୍ୟାଣ୍ଡେଲ ଫ୍ଲିପକାର୍ଟ ଟଚଓ କୁ ଲଞ୍ଚ କରିଛି । ଫ୍ଲିପକାର୍ଟ ଅନଲାଇନ କିମ୍ବା ଅଫଲାଇନ ସେବା ପାଇଁ ପେମେଣ୍ଟ କରିବାକୁ ଏହାକୁ ଗ୍ରାହକମାନେ ବ୍ୟବହାର କରିପାରିବେ । ଏହି ୟୁପିଆଇ ସେବା ପ୍ରଥମେ ଆଣ୍ଡ୍ରଏଡ ବ୍ୟବହାରକାରୀମାନଙ୍କ ପାଇଁ ଉପଲବ୍ଧ ହୋଇଛି । ଏହା ସହିତ ଫ୍ଲିପକାର୍ଟ ଥାର୍ଡ ପାର୍ଟି ଆପ୍ ଉପରେ ନିର୍ଭରଶୀଲତାକୁ ହ୍ରାସ କରିଛି । ଫ୍ଲିପକାର୍ଟରେ ୫୦ କୋଟିରୁ ଅଧିକ ୟୁଜର୍ସ ଅଛନ୍ତି , ଏବଂ ୧୪ କୋଟିରୁ ଅଧିକ ବିକ୍ରେତା ଅଛନ୍ତି । ତେଣୁ ଫ୍ଲିପକାର୍ଟ ସିଧାସଳଖ ଥାର୍ଡ ପାର୍ଟି ପେମେଣ୍ଟ ଆପ୍ କୁ ଟକ୍କର ଦେବାକୁ ଯାଉଛି । ଗ୍ରାହକମାନେ ଉଭୟ ବ୍ୟବସାୟୀ ଏବଂ ବ୍ୟକ୍ତିବିଶେଷଙ୍କୁ ଦେୟ ଦେବା ପାଇଁ ଫ୍ଲିପକାର୍ଟ ଆପରେ ଏକ ୟୁପିଆଇ ଆଇଡି ତିଆରି କରି ପାରିବେ ଏବଂ ଆପକୁ ନ ବଦଳାଇ ବିଲ ଗୁଡିକର ପେମେଣ୍ଟ ମଧ୍ୟ କରି ପାରିବେ । ଏହା ସହିତ ଏହି ୟୁପିଆଇ ସେବା କମ୍ପାନୀର ଇନ-ହାଉସ ସଂସ୍ଥା ଯଥା ମିନ୍ତ୍ରା, ଫ୍ଲିପକାର୍ଟ ହୋଲସେଲ, ଫ୍ଲିପକାର୍ଟ ହେଲଥ + ଓ କ୍ଲିୟରଟ୍ରିପରେ ବ୍ୟବହାର କରିହେବ ।

Advertisement

Leave a Reply

Your email address will not be published. Required fields are marked *