Pratidin TV

Odisha's Digital News Platform

ବଢୁଛି ହୀରାକୁଦ ଜଳସ୍ତର : ଜଳବନ୍ଦୀ ଘେରରେ ଅନେକ ଅଞ୍ଚଳ,ସନ୍ଧ୍ୟା ସୁର୍ଦ୍ଧା ଆସିପ।ରେ ବନ୍ୟା

1 min read

ଭୁବନେଶ୍ୱର : ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ଅନେକ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପ୍ରାୟ ୪୦-୪୫ କିଲୋମିଟର ବେଗରେ ପବନ ମଧ୍ୟ ପ୍ରବାହିତ ହୋଇଛି । ତେବେ ଗତ ୬ ଘଣ୍ଟା ମଧ୍ୟରେ ଅବପାତ ଘଣ୍ଟା ପ୍ରତି ୨୧ କିଲୋମିଟର ବେଗରେ ଗତି କରିବା ସହ ବର୍ତ୍ତମାନ ଉତ୍ତର-ଛତିଶଗଡ ଏବଂ ପାଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି । ଏହା ପଶ୍ଚିମ –ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ନିଜର ତୀବ୍ରତା ଆଗାମୀ ୧୨ ଘଣ୍ଟା ଯାଏଁ ବଜାଇ ରଖିବାର ସମ୍ଭାବନା ରହିଛି । ଲଗାନ ବର୍ଷା ଯେ।ଗୁ ହୀରାକୁଦର ଉପରମୁଣ୍ଡରେ ବର୍ଷା ପରିମାଣ ବଢିବାରେ ଲାଗିଛି ।

ସୂଚନା ଅନୁଯାୟୀ ବର୍ତ୍ତମାନ ପ୍ରାୟ ୮ଲକ୍ଷ ୬୬ ହଜାର ୬୪୫ କ୍ୟୁସେକ୍ ଜଳ ପ୍ରବେଶ କରୁଛି ଡ୍ୟାମ୍ ମଧ୍ୟକୁ । ସେହିପରି ବଢୁଥିବା ଜଳସ୍ତରକୁ ଲଖ୍ୟ ରଖି ଜଳଭଣ୍ଡାରରୁ ୫ଲକ୍ଷ ୭୧ ହଜାର ୫୫୦ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି । ହୀରାକୁଦର ଜଳସ୍ତର ପରିମାଣ ୬୩୦ ଫୁଟ୍ ଥିବାବେଳେ , ଆଜି ସକାଳ ୯ ଟା ସୁର୍ଦ୍ଧା ହୀରାକୁଦର ଜଳସ୍ତର ୬୨୦.୧୨ଫୁଟ୍ ରହିଥିଲା । ତେବେ ଆଗକୁ ଯଦି ବର୍ଷାର ପରିମାଣ ବଢିବ ହୀରାକୁଦରୁ ଅଧିକ ଜଳ ଛଡାହେବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍ କତ୍ତୃପକ୍ଷ । ଏନେଇ ମହାନଦୀରେ ଦେଖାଦେଇପାରେ ମଧ୍ୟମ ଧରଣର ବନ୍ୟା । ହୀରକୁଦରୁ ୩୪ ଟି ଗେଟ୍ ଦେଇ ଆସୁଥିବା ପାଣି ମୁଣ୍ଡୁଳିର ଜଳସ୍ତରକୁ ବଢାଇଛି । ଏବେ ମୁଣ୍ଡୁଳି ଦେଇ ୧୦ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଆଜି ସନ୍ଧ୍ୟା ସୁଦ୍ଧା ଏକ ଛୋଟ ବନ୍ୟାର ଆଶଙ୍କା କରିଛନ୍ତି ସିଏସ୍ ।କଟକର ସମସ୍ତ ତଳିଆ ଅଞ୍ଚଳକୁ ସତର୍କ ସୂଚନା ଜାରି କରିବା ସହ ବନ୍ୟା ପାଇଁ ଆଗୁଆ ସଜାଗ ଅଛନ୍ତି ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ । ମହାନଦୀରେ ଜଳ ବଢିବା ହେତୁ ଗତକାଲିଠୁ କଟକର ବାଙ୍କି ,ବୈଦେଶ୍ୱର ସହ ଅନେକ ଅଞ୍ଚଳ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି । ଏହାସହ ବିଲିପଡା ସିମିଲପୁର ପଦନପୁର ଇତ୍ୟାଦି ଗ୍ରାମ ମାନଙ୍କରେ ମଧ୍ୟ ମହାନଦୀର ପାଣି ଦେଖାଦେଇଛି । ଏନେଇ ପ୍ରଶାସନ କିଛି ପଦକ୍ଷେପ କରିନି ବୋଲି ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published. Required fields are marked *